Latest Odisha News

ବିଜେପି ପାଇଁ ଆମ କବାଟ ବନ୍ଦ: ଆରଏଲଡି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ମେଂଟ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି । ଏବେ ବିଜେପି ପାଇଁ ଆମ କବାଟ ବନ୍ଦ ହୋଇଯାଇଛି । ଯେତେଦୂର ସମ୍ଭବ ଆଉ ଆମେ ଏକାଠି ହେବୁ ନାହିଁ ବୋଲି ଚୌଧୁରୀ କହିଛନ୍ତି । ଆରଏଲଡି ଏବଂ ମିିଳିତ ମଂଚକୁ ମଜଭୁତ କରିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ । କେନ୍ଦ୍ର ଏବଂ ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଯତ୍ନବାନ ନୁହନ୍ତି । କୃଷକଙ୍କ ସ୍ୱାର୍ଥ ପାଇଁ ଆମ ସଂଘର୍ଷ ଜାରୀ ରହିବ । ସେହିପରି ଦଳିତ ଅଧିକାର ପାଇଁ ଲଢ଼ୁଥିବା ଯୁବ ନେତା ଚନ୍ଦ୍ରଶେଖର ଆଜାଦଙ୍କ ସହ ତାଙ୍କର ସହଯୋଗ ଜାରୀ ରହିବ । ନିର୍ବାଚନ ବେଳେ ଆମେ ଆସନ ଭାଗବଂଟା କରି ଏକତ୍ର ଲଢ଼ିବୁ ।

ଏହା ବ୍ୟତୀତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣା ସମେତ ଅନ୍ୟ କେତେକ ରାଜ୍ୟରେ ଆରଏଲଡି ନିର୍ବାଚନ ଲଢ଼ିବା ପାଇଁ ଚିନ୍ତା କରୁଛି । ଜୟନ୍ତ ଚୌଧୁରୀଙ୍କ ବୟାନକୁ ନେଇ ବିଜେପି ପକ୍ଷରୁ କିଛି କୁହାଯାଇ ନାହିଁ ।

Comments are closed.