Latest Odisha News

ଯୌତୁକ ପାଇଁ… ବିଷ ଦେଇ ମାଆ ସହ ଗର୍ଭସ୍ଥ ଛୁଆକୁ ମାରିଦେଲେ !

ଯାଜପୁର: ସ୍ତ୍ରୀ ମୃତ୍ୟୁ ଶଯ୍ୟାରେ ସଂଘର୍ଷ କରୁଥିଲା, ହେଲେ ସ୍ୱାମୀ ଦେଖିବାକୁ ଆସୁନଥିଲା । ଶ୍ୱଶୁର ଘର ଲୋକେ ବି ବୋହୂକୁ ଦେଖିବାକୁ ଆସିଲେନି । ଶେଷରେ ହସ୍ପିଟାଲ୍ ବେଡରେ ଜୀବନ ସହ ସଂଘର୍ଷ କରି ଆଖି ବୁଜିଦେଲେ ମିଲି । ଏଭି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଗୁହାଳି ପଦାସାହିରୁ ।

ଗାଁର ବ୍ରଜ ଜେନାଙ୍କ ଝିଅ ମିଲିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶ୍ୱଶୁର ଘର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଶ୍ୱଶୁର ଘର ଲୋକ ଜୁସରେ ବିଷ ମିଶାଇ ଝିଅକୁ ପିଇବାକୁ ଦେବାରୁ ମିଲିର ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ମିଲି ଦେଇଥିବା ବୟାନ ଭାଇରାଲ୍ ହେଉଥିବା ବେଳେ ହାତ ବାନ୍ଧି ବସିଛି ପୋଲିସ ।

ତେବେ ପୋଲିସ କାହା ଚାପରେ ରହିଛି କି ବୋଲି ଗ୍ରାମବାସୀ ଓ ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ସ୍ୱାମୀ, ଶ୍ୱଶୁର, ନଣନ୍ଦଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସପରିବାର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.