Latest Odisha News

୧୦୦ବର୍ଷ ଧରି ବନ୍ଦ ପଡିଛି ଘର

ଜିର ଦୁନିଆରେ ଘରଟିଏ ତିଆରି କରିବାକୁ ସାରା ଜୀବନ ଲାଗିଯାଉଛି କହିଲେ ଚଳେ । ଥରେ ଭାବନ୍ତୁ ତ ଯଦି ଗୋଟିଏ ଘର ନିର୍ମାଣ ହେବାର ବହୁ ବର୍ଷ ପରେ ବି ସେଠାରେ କେହି ନ ରହିବେ ତେବେ ମାଲିକଙ୍କ ଅବସ୍ଥା କ’ଣ ହେବ? ଆଜି ଆମେ ଆପଣଙ୍କୁ ଏପରି ଏକ ଘର ବିଷୟରେ କହିବୁ, ଯାହାକୁ ଦୁନିଆର ଏକକୁଟିଆ ଘର ବୋଲି କୁହାଯାଏ । ଏହା ଖୁବ ସୁନ୍ଦର ସ୍ଥାନରେ ନିର୍ମିତ, କିନ୍ତୁ ଏଠାକୁ ଯିବାକୁ କେହି ରାଜି ନୁହଁନ୍ତି ।

ରିପୋର୍ଟ ଅନୁଯାୟୀ, ଦୁନିଆରେ ଏମିତି ଏକ ଘର ରହିଛି, ଯାହା ଦୀର୍ଘ ୧୦୦ବର୍ଷ ଧରି ଏକୁଟିଆ ଅଛି । ନାଁ ପାଖରେ ଘର ଅଛି ନାଁ ଅଛି ଗାଁ । କୁହାଯାଏ ଯେ ଏହି ଘରଟି ଜଣେ ବ୍ୟବସାୟୀଙ୍କର, କିନ୍ତୁ ଅନେକ ବର୍ଷ ହେବ ଏଠାରେ କେହି ରହୁ ନାହାଁନ୍ତି। ଏହି ଘରଟି ଆଇସଲ୍ୟାଣ୍ଡର ଦକ୍ଷିଣରେ ଅବସ୍ଥିତ ଦ୍ୱୀପରେ ଅବସ୍ଥିତ ଏବଂ ଏହାର ଆଖପାଖ ସ୍ଥାନ ମଧ୍ୟ ବହୁତ ସୁନ୍ଦର । ଚାରିଆଡେ ସୁନ୍ଦର ସମୁଦ୍ର, ସବୁଜ ଘାସ ଏବଂ କିଛି ପ୍ରାଣୀଙ୍କ ବ୍ୟତୀତ ଏଠାରେ ଆଉ କେହି ନାହାଁନ୍ତି ।

ଏହି ଘର ଥିବା ସ୍ଥାନର ନାଁ ହେଉଛି Ellioaey । ୧୮ ରୁ ୧୯ ଶତାବ୍ଦୀ ମଧ୍ୟରେ ଏହି ସ୍ଥାନରେ ଅନେକ ଲୋକ ବାସ କରୁଥିଲେ । ୧୯୩୦ ମସିହାରେ ଲୋକମାନେ ଏଠାରୁ ଯିବା ଆରମ୍ଭ କରିଥିଲେ । ପରେ ଧିରେ ଧିରେ ସମସ୍ତ ଲୋକ ଏଠାରୁ ଚାଲିଗଲେ ଏବଂ ଦ୍ୱୀପରେ କେବଳ ଏ ଗୋଟିଏ ଘର ବ୍ୟତିତ ଆଉ କିଛି ରହି ନଥିଲା ।

Comments are closed.