Latest Odisha News

BREAKING NEWS

ସ୍ୱାମୀ ଓ ଶାଶୂଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ଗୌହାଟୀ: ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ଏଥର ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନୁହେଁ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କଲା ପିଶାଚି ବୋହୂ । ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ସ୍ବାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ସ୍ତ୍ରୀ । ଗୌହାଟୀର ନୁନମାଟିରୁ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସଛି ।

ସୂଚନା ମୁତାବକ୍‌, ଅଭିଯୁକ୍ତ ସ୍ତ୍ରୀ ହେଲେ ବନ୍ଦନା କାଲିତା  । ଗୌହାଟୀ ନରେଙ୍ଗୀର ଅମରଜ୍ୟାତି ଏବଂ ବନ୍ଦନା କାଲିତା କିଛି ବର୍ଷ ତଳେ ବିବାହ କରିଥିଲେ। ଦୁହିଁଙ୍କ ବୈବାହିକ ଜୀବନ ମଧ୍ୟ ଖୁସିରେ ଚାଲିଥିଲା । କିନ୍ତୁ କିଛିଦିନ ଗଲାପରେ ବନ୍ଦନାଙ୍କ ଜୀବନରେ ଆସିଥିଲେ ଧନଜିତ ଡେକା । ଏହାକୁ ନେଇ ଉଭୟେ ସ୍ବାମୀ, ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ତେବେ ୭ ମାସ ପୂର୍ବରୁ ବନ୍ଦନା ନିଜ ସ୍ବାମୀ ଏବଂ ଶାଶୁ ନିଖୋଜ ହୋଇଯାଇଥିବା ନେଇ ନୁନମତି ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ପୋଲିସ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିବା ବେଳେ ପୁଣି ଦ୍ବିତୀୟ ଥର ଅମରଜ୍ୟୋତିଙ୍କ ମାମୁଁଙ୍କ ନାଁରେ ସେ ଅଭିଯୋଗ କରିଥିଲେ  । ପୋଲିସ କହିବା ଅନୁଯାୟୀ, ବନ୍ଦନାଙ୍କ ଶାଶୁଙ୍କ ଆକାଉଣ୍ଟରୁ ଅମରଜ୍ୟୋତିଙ୍କ ମାମୁଁ ଟଙ୍କା ନେଇଥିବା ନେଇ ବାରମ୍ବାର ଅଭିଯୋଗ ଆଣିଥିଲେ ବନ୍ଦନା । ଏଣୁ  ପୋଲିସର ବନ୍ଦନା ଉପରେ ସନ୍ଦେହ ଆସିଥିଲା । ଏହାପରେ ଫେବୃଆରୀ ମାସରେ ବନ୍ଦନାକୁ ଗିରଫ କରିଥିଲା ପୋଲିସ ।

ତେବେ ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲା । ଏହାର ତିନି ଦିନ ପରେ ପଲିଥିନରେ ପୁରାଇ ମେଘାଳୟର ଦୌକି ରୋଡରେ ଥିବା ପର୍ବତର ୫୦ରୁ ୬୦ ଫୁଟ ତଳକୁ ଫିଙ୍ଗିଦେଇଥିଲା । ଏଭଳି ହତ୍ୟା ଘଟଣାକୁ ୭ ମାସ ବିତିବା ପରେ ପୋଲିସକୁ ସୂରାକ୍‌ ମିଳିଥିଲା । ଏନେଇ ବନ୍ଦନାଙ୍କୁ ଗିରଫ କରି ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

 

Leave A Reply

Your email address will not be published.