Latest Odisha News

BREAKING NEWS

ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା କାର୍‌, ଜଣେ ମୃତ ୭ ଗୁରୁତର

ବଲାଙ୍ଗୀର : ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଘଟଣାସ୍ଥଳରେ ଜଣେ ମୃତ ୭ ଜଣ ଗୁରୁତର । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରଣ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।

ସୂଚନା ଅନୁଯାୟୀ, ବାଘଝରଣ ଗାଁ ର ହୂତାସନ ବରିହା ହିର୍ଲି ଗାଁକୁ ବରଯାତ୍ରୀ ଧରି ଯିବାର ଥିଲା । ହୁତାସନ ବରବେଶ ସଜେଇ ହୋଇ ସାରିଥିବା ବେଳେ ନାଚ ଗୀତରେ ଘର ଆଗ କମ୍ପୁଥିଲା। ସେହି ସମୟରେ ବର ଯିବା ପାଇଁ ସଜେଇ ହୋଇଥିବା ପ୍ରୋସେସନ କାର ପହଞ୍ଚିଥିଲା।

କେହି କିଛି ବୁଝିବା ଆଗରୁ ହଠାତ କାରଟି ଦ୍ରୁତ ଗତିରେ ମାଡି ଯାଇ ଡିଜେ ଗାଡିରେ ପିଟି ହୋଇଥିଲା  ।ଫଳରେ ଡିଜେ ନିକଟରେ ନାଚୁଥିବା ବର ହୂତାସନଙ୍କର ଜଣେ ସମ୍ପର୍କୀୟ ରାଜା ବରିହାଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ପରେ ତୁରନ୍ତ ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର ଆଉ ବରଯାତ୍ରୀ କନିଆ ଘରକୁ ଯାଇନଥିବା ଜଣା ପଡିଛି । ଆହତମାନଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଗୁରୁତର ୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁର୍ଲାକୁ ସ୍ଥାନାନ୍ତର ହୋଇଛନ୍ତି ।ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଖପ୍ରାଖୋଲ ପୁଲିସ ଏଟ୍ରିକା ଗାଡ଼ିଚାଳକ ଦୁର୍ଯ୍ୟୋଧନ ନାଗଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି  ।

 

Comments are closed.