Latest Odisha News

BREAKING NEWS

ଓଡ଼ିଶାରୁ ପଣ୍ୟାଗାର ନିଗମ ପାଟନାକୁ ଉଠିଯିବା ନେଇ ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରସ୍ଥ୍ିତ କାର୍ଯ୍ୟାଳୟକୁ ପାଟନା ଉଠାଇନେବାର ନିଷ୍ପତ୍ତି ହେବାର ଗୋଟିଏ ଦିନ ପରେ ରାଜ୍ୟ ବିଧାନସଭାରେ ଏହାକୁ ବିରୋଧ କରାଯିବା ସହିତ ଏହାର ପୁନର୍ବିଚାର କରିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି ।

ରାଜ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଶନିବାର ଦିନ କେନ୍ଦ୍ର ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କୁ ଏସମ୍ପର୍କୀତ ଏକ ପତ୍ର ପଠାଇଛନ୍ତି । ଏହି କାର୍ଯ୍ୟାଳୟକୁ ପାଟନାକୁ ସ୍ଥାନାନ୍ତରୀତ କରିବା ନେଇ କ୍ଷୋଭ ପ୍ରକାଶ କରିବା ସହିତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ନିମନ୍ତେ ଏହି ପତ୍ରରେ ଉଲ୍ଲେଖ ରହିଛି ।

ଓଡ଼ିଶାରେ ପଣ୍ୟାଗାର ନିଗମର ଆବଶ୍ୟକତା ତଥା ଏହି ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଲାଗି ଏହା ଓଡ଼ିଶାରେ ରହିବା ଉଚିତ । ଏହା ପାଟନାକୁ ଉଠିଗଲେ ଏଠାରେ ଅନେକ କ୍ଷତି ଉପୁଜିବ । ଏହି ପଣ୍ୟାଗାର ନିଗମ ଯୋଗୁଁ ବିଗତ ୫ ବର୍ଷରେ ଅନେକ ଲାଭ ହୋଇଛି, ଏହା ଓଡ଼ିଶାରେ ରହିବାର ଆବଶ୍ୟକତା ରହିଛି ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।

ଏହି ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ୧୯୯୦ ମସିହାରେ ଭୁବନେଶ୍ୱରରେ ସ୍ଥାପିତ ହୋଇଥିଲା । ଏହି କାର୍ଯ୍ୟାଳୟର ୯୦ ପ୍ରତିଶତ କର୍ମଚାରୀ ଓଡ଼ିଆ ଭାଷୀ । ଏହି କାର୍ଯ୍ୟାଳୟ ୩.୪୮ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଓ ଖାଦ୍ୟଶଷ୍ୟ ରଖିବାର କ୍ଷମତା ରଖିଛି । ରାଜ୍ୟର ୧୫ଟି ଜିଲ୍ଲାର ୨୧ଟି ଅଞ୍ଚଳ ଲାଗି ଏହା କାର୍ଯ୍ୟ କରିଥାଏ ।

Leave A Reply

Your email address will not be published.