Latest Odisha News

BREAKING NEWS

ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କଲା ଭାରତ

ଲାଉଡ଼ରହିଲ୍: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି । କାରବିୟାନ ଦଳର ୯୬ ରନର ବିଜୟ ଲକ୍ଷ୍ୟକୁ ଭାରତ ଆଉ ୧୬ଟି ବଲ୍ ବାକିଥାଇ ୬ ୱିକେଟ ବିନିମୟରେ ହାସଲ କରିପାରିଛି ।

ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ୱେଷ୍ଟଇଣ୍ଡିଜ କରିଥିଲା ୯୫ ରନ । ଦଳପକ୍ଷରୁ କିରଣ ପୋଲାର୍ଡ଼ ସର୍ବାଧିକ ୪୯ ରନ କରିପାରିଥିଲେ । ଭାରତୀୟ ବୋଲର୍ ନବଦୀପ ସାଇନି ୩ଟି, ଭୁବନେଶ୍ୱର କୁମାର ୨ଟି ୱିକେଟ ହାସଲ କରିଥିଲେ । ଅନ୍ୟ ସମସ୍ତ ବୋଲର୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଭାରତୀୟ ଦଳ ୯୬ ରନ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ମଧ୍ୟ ପାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୩୨ ରନରେ ଦଳ ୩ଟି ୱିକେଟର ପତ୍ତନ ଘଟିଥିଲା । ରୋହିତ ଶର୍ମା ୨୪, ବିରାଟ ୧୯, ମନିଷ ପାଣ୍ଡେ ୧୯ ରନ କରିଥିଲେ ।

ନବଦୀପ ସାଇନିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା ।

Leave A Reply

Your email address will not be published.