Latest Odisha News

ନିର୍ବାଚନ ପୂର୍ବରୁ ୩୬ ହଜାର ବୁଥକୁ ମଜବୁତ କରିବା ଲକ୍ଷ୍ଯରେ ରାଜ୍ୟ ବିଜେପି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ୍ ସମୟ ଥିବାବେଳେ ଭାରତୀୟ ଜନତା ପାର୍ଟି ବୁଥ୍ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଓଡ଼ିଶାରେ ତୃଣମୂଳସ୍ତରରେ ସମସ୍ତ ୩୬ ହଜାର ବୁଥକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ ଆରମ୍ଭ କରିଛି ପ୍ରୟାସ।

ଶନିବାର ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟରେ ରାଜ୍ୟସ୍ତରୀୟ ବୁଥ୍ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଦଳର ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଉପସ୍ଥିତ ଥିବା ବେଳେ ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

ଏଠାରେ ନେତାମାନେ କର୍ମୀମାନଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ଓ ଯୋଜନ ସମ୍ପର୍କରେ ଓଡ଼ିଶାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କହିଥିଲେ। କର୍ମୀମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ନିଷ୍ଠାର ସହ କରିବାକୁ ମଧ୍ୟ କୁହାଯାଇଛି।

ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କହିଛନ୍ତି, ଏହା ଆମର ରୁଟିନ୍ କାର୍ଯ୍ୟକ୍ରମ ଥିଲା। ବୁଥକୁ ମଜବୁତ କରିବା ପାଇଁ ଆମର ନାରା ନୂଆ ନୁହେଁ। ମଣ୍ଡଳ ଓ ବୁଥକୁ ମଜଭୁତ କରିବାର ସ୍ଲୋଗାନ ୧୯୫୧ ମସିହାରୁ, ଜନସଙ୍ଘ ସମୟରେ ରହିଛି। ନିର୍ବାଚନ ପୂର୍ବରୁ ବୁଥ୍ କମିଟି ପୁନର୍ଗଠନ ଓ ପୁନର୍ବିନ୍ୟାସ କରାଯିବ। ମଣ୍ଡଳ ଓ ପଞ୍ଚାୟତ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ବିଜେପି ନେତା ମନମୋହନ ସାମଲ କହିଛନ୍ତି।

 

 

Comments are closed.