ଭୁବନେଶ୍ୱର: ବଢୁଛି ତାତି । ଆଗକୁ ତାତି ଆହୁରି ବଢିବ । ଏ ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ । ଆସନ୍ତା ୫ ଦିନ ପରେ ରାଜ୍ୟର ତାତି ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।
ଏବେଠାରୁ ଅସହ୍ୟ ହେଲାଣି ଖରା । କିଛି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ଟପିଲାଣି । ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଟପିଥିବା ଜଣାଯାଇଛି । ସେହିପରି ରାତି ତାପମାତ୍ରା ରାଉରକେଲାରେ ସର୍ବନିମ୍ନ ଥିଲା । ଏପରି ସ୍ଥିତି ଆଉ ୪/୫ ଦିନ ଲାଗି ରହିବ । ହେଲେ ତା ପରେ ତାତି ବଢିବ । ୫ ଦିନ ପରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ ।
ଆଜି ସକାଳେ ରାଜ୍ୟର କିଛି ସ୍ଥାନରେ କୁହୁଡି ଦେଖିବାକୁ ମିଳିଥିଲା। ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ସହ କଟକର ଗୋଟିଏ ବା ୨ଟି ସ୍ଥାନରେ ଘନ କୁହୁଡି ଦେଖାଦେବାର ଆଶଙ୍କା ରହିଛି । ଏସବୁ ସ୍ଥାନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟ କେତେକ ସ୍ଥାନରେ ମଧ୍ୟମରୁ ସାମାନ୍ୟ ଧରଣର କୁହୁଡି ହୋଇପାରେ ।
ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ । ଆଜି ଦିନରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଭିତରେ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।
Comments are closed.