କ୍ୟାଲବ୍ରିୟା: ଇଟାଲୀର କ୍ୟାଲବ୍ରିୟା ସମୁଦ୍ରକୂଳରେ ୩୩ଜଣ ବ୍ୟକ୍ତିଙ୍କ ଶବ ମିଳୁଛି । ଏହା ମଧ୍ୟରେ ଅଧିକାଂଶ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାକର ଶରଣାର୍ଥୀ । ଅବୈଧ ଭାବେ ସମୁଦ୍ର ମାଧ୍ୟମରେ ସେମାନେ ୟୁରୋପ ଯିବାକୁ ଉଦ୍ୟମ କରୁଥିଲେ । କ୍ୟାଲବ୍ରିୟା ନିକଟରେ ଡଙ୍ଗାଟି ବୁଡି ଯାଇଥିଲା । ଏହି ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ସେଠାକୁ ଯାଇ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବଂଚାଇଥିଲେ । ୨୮ଜଣଙ୍କ ଶବ ମିଳିଥିବା ବେଳେ ବାକି ୫ଜଣ ନିଖୋଜ ଅଛନ୍ତି । ନୌକାଟି ପାଣି ମଧ୍ୟରେ ପଥର ଦେହରେ ମାଡ ହୋଇ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ସମୁଦ୍ର ମାଧ୍ୟମରେ ୟୁରୋପରେ ପ୍ରବେଶ କରିବା ପାଇଁ ଅଧିକାଂଶ ଶରଣାର୍ଥୀ ଏହି ମାରାତ୍ମକ ପନ୍ଥା ଆପଣାଇଥାନ୍ତି ।
ରିପୋର୍ଟ ମୁତାବକ ପ୍ରତ୍ୟେକ ବର୍ଷ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶରଣାର୍ଥୀ ଇଟାଲୀରେ ଅବୈଧ ଭାବେ ପ୍ରବେଶ କରିଥାନ୍ତି । ୨୦୧୪ ପରଠାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଏବଂ ଅନେକ ନିଖୋଜ ହୋଇ ଯାଇଛନ୍ତି । ଉପରୋକ୍ତ ଦେଶଗୁଡିକର ଅର୍ଥନୈତିକ ଅବସ୍ଥା ଖରାପ ରହିଥିବା ସହ ଆତଙ୍କବାଦୀଙ୍କ ଅକଥନୀୟ ଅତ୍ୟାଚାରରେ ସେମାନେ ଅତିଷ୍ଠ ହୋଇ ନିଜ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି ।
Comments are closed.