ସାଧାରଣତଃ କୁକୁରମାନଙ୍କୁ ଆପଣ ନିଜ ଘର ସାମ୍ନାରେ ହେଉ କିମ୍ବା ଆଖପାଖରେ ନିଶ୍ଚୟ ଦେଖିଥିବେ । ତେବେ ଆପଣଙ୍କୁ ସେମାନଙ୍କର କିଛି କଥା ପସନ୍ଦ ଆସୁଥିବା ବେଳେ ଆଉ କିଛି କଥା ବିରକ୍ତି ଲାଗିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି କୁକୁରମାନେ ବେଳେବେଳେ କାହିଁକି ଜୋରରେ ଚିତ୍କାର କରିନ୍ତି । ସେତେବେଳେ ଆପଣମାନେ ହୁଏତ ଭାବୁଥିବେ କୁକୁରମାନେ ହୁଏତ କାନ୍ଦୁଛନ୍ତି କିନ୍ତୁ ତାହା ହୋଇନଥାଏ ।
ଅନେକ ଥର ରାତି ଅଧରେ କୁକୁରମାନେ ଭୁକିବା ଦେଖିବାକୁ ମିଳିଥାଏ । କିନ୍ତୁ ସେହି ସମୟରେ ଏପରି ଲାଗେ ଯେମିତି ସେମାନେ କାନ୍ଦୁଛନ୍ତି । ତେବେ ପୁରୁଣା ବିଶ୍ୱାସ ରହିଛି ଯେ, କୁକୁର ଏମିତି ଭୁକିଲେ କିଛି ଖରାପ ଘଟଣା ଘଟିଥାଏ । କୁକୁରର ଭୁକିବା ପଛର ଗୋଟିଏ କାରଣ ହେଉଛି ଯେ ସେମାନେ ରାତିରେ କିଛି ଅଘଟଣ ଘଟିବାର ସୂଚନା ଦେଇଥାନ୍ତି । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଯଦି ଗୃହପାଳିତ କୁକୁର କାନ୍ଦିବା ଆରମ୍ଭ କରେ କିମ୍ବା ଆଖିରୁ ଲୁହ ଆସୁଛି, କିମ୍ବା ଯଦି ଏହା ଖାଇବା ପିଇବା ବନ୍ଦ କରେ, ତେବେ ଏହାର ଅର୍ଥ ମଧ୍ୟ ଘରେ ସଙ୍କଟ ଦେଖାଦେଇଥାଏ |
ଯଦି ଏହାର ବୈଜ୍ଞାନିକ କାରଣ ଦେଖାଯାଏ, ତେବେ କୁକୁରମାନେ ସେତେବେଳେ କାନ୍ଦନ୍ତି ଯେତେବେଳେ ସେମାନଙ୍କୁ ତାଙ୍କ ଅନ୍ୟ ସାଥୀମାନଙ୍କୁ ବାର୍ତ୍ତା ପହଞ୍ଚାଇବାକୁ ପଡିଥାଏ । ଏହି ବିଶେଷ ସ୍ୱର ମାଧ୍ୟମରେ, ଅନେକ ଥର ସେମାନେ ସେମାନଙ୍କର ଅବସ୍ଥାନକୁ ଅନ୍ୟ ସାଥୀମାନଙ୍କୁ କହିଥାନ୍ତି ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁକୁର ଏପରି ଏକ ପ୍ରାଣୀ ଯାହା ମଣିଷ ସହିତ ମିଶିବାକୁ ପସନ୍ଦ କରେ। ସେମାନେ ଏକାକୀକ ରହିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ଯେତେବେଳେ ସେମାନେ ଘରେ କିମ୍ବା ବାହାରେ ରାସ୍ତାରେ ଏକୁଟିଆ ରହନ୍ତି, ସେମାନେ ଏକାକୀ ଅନୁଭବ କରନ୍ତି। ଏହି କାରଣରୁ ସେମାନେ କାନ୍ଦନ୍ତି। କୁକୁର ଆଘାତ ପାଇଲେ କିମ୍ବା ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲେ ସେ କାନ୍ଦିଥାନ୍ତି ।
Comments are closed.