ଜୟପୁର: ଗଞ୍ଜେଇ କିଣିବୁକା ଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୨ ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ରାଜସ୍ଥାନର ଗୋପାଳ ଲାଲ ଜାଟ, ଗୋପାଳ ଲାଲ ଗୁଜର। ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପାତ୍ରପୁଟ, କୋଟା ଛକ ଦେଇ ଆନ୍ଧ୍ରକୁ ଯାଉଥିବା ବେଳେ ପୋଲିସ ପାତ୍ରପୁଟ ନିକଟରେ ସୁଇଫ୍ଟ କାରକୁ ସନ୍ଦେହରେ ଯାଞ୍ଚ କରିଥିଲା। ଏହି କାରରୁ ୨ ଲକ୍ଷ ୫୦ ହଜାର ଟଙ୍କା କାରରୁ ଜବତ କରିଥିଲା । ଜବତ କରି ପୋଲିସ ତଦନ୍ତ ଆରମ୍ବ କରିଥିଲା ।
ତଦନ୍ତରୁ ଜାଣିବାକୁ ପାଇଛି ଯେ ଆନ୍ଧ୍ର ପ୍ରଦେଶର ବନ୍ଦଭିଦି ଗ୍ରାମକୁ ଗଞ୍ଜେଇ କିଣିବାକୁ ଗିରଫ ଦୁଇ ଯୁବକ ଯାଉଥିଲୋ। ସେମାନଙ୍କ ଆଗରୁ ଜଣେ ବ୍ୟକ୍ତିକୁ ଗଞ୍ଜେଇ ଚାଷ କରିବା ପାଇଁ ୧ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ପୋଲିସ ଆଗରେ ଅଭିଯୁକ୍ତ ମାନେ ବୟାନ ଦେଇଥିଲେ। ଗିରଫ ଅଭିଯୁକ୍ତ ମାନେ ବାରମ୍ବାର ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତକୁ ଗିରଫ କରିଛି। ଏଥିସହ ୨ଟି ମୋବାଇଲ, କାର, ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।
Comments are closed.