Latest Odisha News

BREAKING NEWS

କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ

କଟକ: କାଠଯୋଡ଼ି ପଠାରେ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର । କଟକ ସିଟି କଲେଜ ସାମନା କାଠଯୋଡ଼ୀ ନଦୀପଠାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କ ମୁହଁ ଓ ମୁଣ୍ଡକୁ ଇଟାରେ ଛେଚିଛେଚି ହତ୍ୟା କରିଛନ୍ତି। ଏହା ସହିତ ମହିଳାଙ୍କ ମୁଣ୍ଡରେ ଥିବା ଚୁଟିକୁ ଧାରୁଆ ଅସ୍ତ୍ରରେ ରାମ୍ପି ଦେଇଛନ୍ତି। ମହିଳାଙ୍କ ପରିଚୟ ଓ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେଉନଥିବା ବେଳେ ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ସାଇଣ୍ଟିଫିକ ଟିମ୍, ଡଗ୍ ସ୍କ୍ୱାର୍ଡ ଓ ବାଦାମବାଡ଼ି ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି । ପାରିପାର୍ଶ୍ୱିକ ପରିସ୍ଥିତିରୁ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ବୁଧବାର ରାତି ପ୍ରାୟ ୭ଟା ବେଳେ ସିଟି କଲେଜ ସାମନା କାଠଯୋଡ଼ି ନଦୀ ପଠାରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବାଦାମବାଡ଼ି ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳା ଜଣକ ସାଲଓ୍ବାର ପଞ୍ଜାବୀ ପିନ୍ଧିଥିବା ବେଳେ ତାଙ୍କ ମୁଣ୍ଡ ନିକଟରେ ଏକ ଇଟା ପଡ଼ିଥିଲା। ମୁଣ୍ଡକୁ ଛେଚାଯାଇଥିବା ଦେଖିବାକୁ ମିଳିଥିଲା। ଶବ ନିକଟରୁ ୧୦ ଫୁଟ ଦୂରରେ ଏକ ରଙ୍ଗିନ୍ ଉଲ୍ କମ୍ବଳ ପଡ଼ିଥିବା ବେଳେ ଆଉ ୨୦ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ମଶିଣା ପଡ଼ିଥିଲା। ଏହି ମଶିଣା ଉପରେ ରକ୍ତ ପଡ଼ିଥିବା ବେଳେ ଗୋଟିଏ ପଲିଥିନରେ ସିଲଭର୍ କଡ଼େଇ ପଶିଥିବା ବେଳେ ଦୁଇଟି ଷ୍ଟିଲ୍ ପ୍ଲେଟ୍, ମଶିଣା ନିକଟରେ କିଛି ଡିସପୋଜେବଲ ପ୍ଲେଟ, ଏକ ଧଳା ରଙ୍ଗର ପ୍ଲାଷ୍ଟିକ୍ ବ୍ୟାଗ୍, ମହିଳାଙ୍କ ହଳେ ଚପଲ ଓ ମହିଳାଙ୍କ ମୁଣ୍ଡ ଲଣ୍ଡା କରିବା ପରେ ପାଖରେ ଚୁଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ଯେଉଁ ସ୍ଥାନରେ ମହିଳାଙ୍କ ଶବ ପଡ଼ିଥିଲା, ମଶିଣା ନିକଟରୁ ସେହି ସ୍ଥାନକୁ ତାଙ୍କୁ ଘୋଷାରି ନିଆଯାଇଥିବା ଦେଖିବାକୁ ମିଳିଛି। ବାଲିରେ ଘୋଷରା ଚିହ୍ନ ଥିବା ବେଳେ ମହିଳାଙ୍କ ପାଦରେ ବି ବାଲି ଲାଗିଛି।

ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସିପି ଅଶୋକ ଗିରି କହିଛନ୍ତି ।

ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେଉନଥିବା ବେଳେ ରିଙ୍ଗରୋଡରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ପୋଲିସ ଅନୁଧ୍ୟାନ କରୁଛି।

Leave A Reply

Your email address will not be published.