ରାଜ କିଶୋର ଦାସ
ସବୁଥର ବାଇଶି ପାହାଚରୁ ହିଁ ହାତ ଛାଡିଦିଅ,
ପାରମାଣିକ ଡରରେ ତ ଡରାଇ ଥାଅ
ତା’ଠୁ ଅଧିକ ପରା, ପରଆପଣାର ହିସାବ ତମର!
ଗୋଟି ପହଣ୍ଡିରେ ଖୁବ୍ ହଲିଦୋହଲି ବାହାର
ଧାଡ଼ି ପହଣ୍ଡିରେ ଫେର,
ହୃଦୟହୀନ, କେବେ ଫେରିକି ଚାହିଁଛ?
ଥରେ ଦେଖିଛ!
ଉଠିଆସୁଥିବା ଦୀର୍ଘଶ୍ୱାସକୁ ନିଜଭିତରକୁ
ଫେରେଇ ନେବା କେତେ କଷ୍ଟ ।
ସବୁଥିରେ ତୁମ କ, ନିର୍ଘ,
ତିଥିବାର, ଖୁନ୍ଦାଖୁନ୍ଦି, ସାରା କ୍ୟାଲଣ୍ଡର,
ମୋର କ’ଣ, ଯେଉଁଠି ସଂଜ ନଇଁ ଆସେ,
ସେଇଠି ଡେରା ପକାଏ
ଏମିତିରେ ସରି ଆସିଲାଣି
ଅନେକ ଭାଗ, ଜୀବନର!!
ଧନୀ, ଗରିବର ପ୍ରଭେଦ
କେବେ ସରିବ ଯେ’, ମେଘନାଦ ପାଚେରୀ ଦବିଯିବ
ତମେ ମୋର ହେବ, ଆହୁରି ନିଜର ହେବ!
ଯାହା କରାଉଛ କରାଅ
ଭାଗ୍ୟର ଆଗକୁ ଯିବା ‘ଯୁ’ମୋର ନାହିଁ,
ତୁମେ ପରା ହାତରେ ତୁଳି ନ “ଧରିବି’
ଆଙ୍କିଦେଇ ପାର, କପାଳସାରା ଗାର,
ମୁଁ କେମିତି ଡେଇଁ ପାରବି?
ଲୁଚିଛପି ଗାର ଡେଇଁବା
ବଡଲୋକ, ବଡଘର କାରବାର ।
ସେ’କଥା ଛାଡ!
ଦେଖ୍, ମୁଁ କଥା ଦେଇଛି ବୋଲି
ସିଂହଦ୍ୱାର ନ’ ଡେଇଁଲେବି
ଅରୁଣ ସ୍ତମ୍ଭପାଖରେ ଠିଆ ହେଇପଡ଼େ
ଥରକୁ ଥର
ନିରେଖି ଦେଇଥାଏ
ତୁମ ପତିତପାବନିଆ ନଜର ।
Comments are closed.