Latest Odisha News

BREAKING NEWS

ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ ‘ବୃନ୍ଦାବନ ମହୋତ୍ସବ’

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ଆଗାମୀ ମାର୍ଚ୍ଚ ୮ ତାରିଖରେ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ଅଷ୍ଟମ ବୃନ୍ଦାବନ ମହୋତ୍ସବ’ ଅନୁଷ୍ଠିତ ହେବ । ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନ୍, ଶାସ୍ତ୍ରୀୟ ସଂଗୀତ ବିଶାରଦ  ମାଳିନୀ ଅଓ୍ୱସ୍ତି, ଶାସ୍ତ୍ରୀୟ ତବଲା ବାଦକ ପଣ୍ଡିତ ଅରବିନ୍ଦ କୁମାର ଆଜାଦ, ବୃନ୍ଦାବନ ଗୁରୁକୂଳର ଶିକ୍ଷାନବୀଶ ବଂଶୀ ବାଦକମାନେ ଓ ବିଦେଶରୁ ସ୍ୱନାମଧନ୍ୟ ଶାସ୍ତ୍ରୀୟ ସଂଗୀତ ବାଦକମାନେ  ପଣ୍ଡିତ ଚୌରାସିଆଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ମହୋତ୍ସବର ଆୟୋଜନ ସମ୍ପର୍କରେ ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରଖ୍ୟାତ ବଂଶୀ ବାଦକପଣ୍ଡିତ ହରି ପ୍ରସାଦ ଚୌରାସିଆ, ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ସୂଚନା ଦେଇଥିଲେ । ପୂର୍ବରୁ ଏହି ମହୋତ୍ସବ ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ବେଳେ ଏବେ ଏହା ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଅନୁଷ୍ଠିତ ହେବ ।

Leave A Reply

Your email address will not be published.