ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସୋମବାର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଇନ୍ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଯୁବମୋର୍ଚ୍ଚା ଆନ୍ଦୋଳନ କରୁଥିବା ବେଳେ ପୋଲିସ ଯେଉଁଭଳି ଭାବେ ଗିରଫ କଲା ଏବଂ ଯେଉଁସବୁ ଦଫା ଲଗାଇଲା ତାହା ଇଂରେଜ ଅମଳର ଇଷ୍ଟ ଇଣ୍ଡିଆ କମ୍ପାନୀ କରୁଥିଲା। ପୂର୍ବ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଏବେର ଓଡିଶା ସରକାର ମଧ୍ୟରେ କୌଣସି ଫରକ ନାହିଁ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାବଣ ଓ ଦୁର୍ଯ୍ୟାେଧନଭଳି ଅହଙ୍କାର ଗଣତନ୍ତ୍ରରେ ବେଶି ଦିନ ତିଷ୍ଠି ରହିବ ନାହିଁ। ଆଇପିସି ଧାରା 307 ଅନୁଯାୟୀ ମାମଲା ରୁଜୁ ହେବା ପରେ ଅନେକ ବିକ୍ଷୋଭକାରୀ ବିଜେପି କର୍ମୀଙ୍କୁ ଜେଲ ପଠାଇ ଦିଆଯାଇଥିଲା। ଏପରିକି ଏବିଭିପି କର୍ମୀଙ୍କୁ ମଧ୍ୟ ଦେଶଦ୍ରୋହୀଙ୍କ ବିରୋଧରେ ପ୍ରତିବାଦ କରିବାରୁ ଜେଲ୍ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି।
ଓଡିଶା ସରକାରଙ୍କୁ ଟାର୍ଗେଟ କରି ପ୍ରଧାନ କହିଛନ୍ତି ଯେ, ଆପଣଙ୍କ ପାଖରେ ଜେଲର ଅଭାବ ରହିବ। ଯଦି ଆପଣ ପୋଲିସ ଏବଂ କ୍ଷମତା ସହାୟତାରେ ଯଦି ଜାତୀୟତାବାଦୀମାନଙ୍କୁ ଏବଂ ସେମାନଙ୍କ ଆତ୍ମାକୁ ଆପଣଙ୍କ ପାଦ ତଳେ ପକାଇବାର ଯୋଜନା କରୁଛନ୍ତି।
ସେପଟେ ଏହାକୁ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମାଲୋଚନା କରିଛନ୍ତି। ଯେଉଁମାନେ ଆନ୍ଦୋଳନ କରି ଗିରଫ ହୋଇଥିଲେ ସେମାନଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରହିଛି। ତେଣୁ କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିବା ଠିକ୍ ନୁହେଁ। ଏମିତିକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
Comments are closed.