Latest Odisha News

ଅଟା ମାଲପୁଆ

ଆମ ରନ୍ଧାବଢ଼ାରୁ….

ସକାଳ ଜଳଖିଆ ହେଉ ବା ରାତ୍ରିଭୋଜନ ମିଠା ନହେଲେ ଆମର ଖାଇବା ପୁରା ହୁଏ ନାହିଁ। ସବୁ ପର୍ବପର୍ବାଣୀରେ କି ବନ୍ଧୁ ବାନ୍ଧବ ଘରକୁ ଯିବାକୁ ହେଲେ ମିଠାକୁ ସବୁବେଳେ ପ୍ରାଧାନ୍ୟ ଦିଆହୁଏ । ବଜାରରେ ଅନେକ ପ୍ରକାରର ସ୍ଵାଦିଷ୍ଟ ମିଠା ମିଳୁଥିଲେ ମଧ୍ଯ ଘର ତିଆରି ମିଠାର ସ୍ୱାଦ ଟିକେ ଅଲଗା। ଆଉ ଅଳ୍ପ ସରଞ୍ଜାମ ଓ ଅଳ୍ପ ସମୟ ମଧ୍ୟରେ ମିଠାଟି ଯଦି ପ୍ରସ୍ତୁତ ହୋଇ ପାରୁଥିବ ତେବେ ତାର ଚାହିଦା ବଢ଼ିଯାଏ।
ଆଜି ଆମେ ଶିଖିବା ଅଟା ମାଲପୁଆ। ସାଧାରଣତଃ ମାଲପୁଆ ମଇଦାରୁ ତିଆରି ହୁଏ। କିନ୍ତୁ ଆଜିକାଲି ସ୍ୱାସ୍ଥ୍ୟ ସଚେତନ ହୋଇ ମଇଦା ଜାଗାରେ ଅଟାର ବ୍ୟବହାର ବଢ଼ି ଯାଇଛି।

ସାମଗ୍ରୀ : ଅଟା, ଦହି, ଲୁଣ, ଚିନି, ଗୁଜୁରାତି ଗୁଣ୍ଡ, କାଜୁ, ବାଦାମ ଓ ରିଫାଇନ ତେଲ କିମ୍ବା ଘିଅ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ କପ ଅଟାରେ ଅଧ କପ ଦହି ଓ ଚିମୁଟେ ଲୁଣ ମିଶେଇ ଭଲ ଭାବରେ ଫେଣ୍ଟି ନିଅନ୍ତୁ। ମିଶ୍ରଣ ହାଲୁକା ଲାଗିବ ଓ ଅଳ୍ପ ଫୁଲିଯିବ। ତାପରେ ମଧ୍ୟମ ଆଞ୍ଚରେ ତେଲ / ଘିଅ ଗରମ କରି ଅଟା ଓ ଦହିର ମିଶ୍ରଣରୁ ଗୋଲ ଗୋଲ ଆକାର କରି ମାଲପୁଆକୁ ହାଲକା ବାଦାମୀ ରଙ୍ଗ ହେଲା ପର୍ଯ୍ୟନ୍ତ ଛାଣନ୍ତୁ। ଅନ୍ୟ ଏକ ପାତ୍ରରେ ଗୋଟିଏ କପ ଚିନି ଓ ଗୋଟିଏ କପ ପାଣି ମିଶେଇ ଫୁଟେଇ ଚିନିର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେଥିରେ ଗୁଜୁରାତି ଗୁଣ୍ଡ ପକେଇ ଗୋଳେଇ ନିଅନ୍ତୁ । ସେହି ମିଶ୍ରଣରେ ଛଣା ମାଲପୁଆକୁ ପକାନ୍ତୁ। ଚିନିର ମିଶ୍ରଣ ଥଣ୍ଡା ହୋଇଯାଇଥିଲେ ଗରମ କରି ନିଅନ୍ତୁ। କିଛି ସମୟ ପ୍ଲେଟକୁ ପରେ କାଢ଼ି କଟା କାଜୁ ଓ କଟା ବାଦାମ ତା’ ଉପରେ ସଜେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଟାର ମାଲପୁଆ। ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆଇ ପ୍ରଶଂସା ପାଆନ୍ତୁ।

 

Comments are closed.