Latest Odisha News

ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିଲେ ବନ କର୍ମଚାରୀ, ଜଳିଗଲା ଜିପ୍

ସୁନ୍ଦରଗଡ଼: ଖରା ଆରମ୍ଭ ସହ ଏବେ ରାଜ୍ୟର ଏକାଧିକ ଜଙ୍ଗଲ ଜଳୁଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ବନ ବିଭାଗ କର୍ମଚାରୀ ନାକେଦମ୍ ହେଉଛନ୍ତି । ଆଉ ଜଙ୍ଗଲ ନିଆଁକୁ ଲିଭାଇବାକୁ ଯାଇଥିବା ବନ ବିଭାଗର ଗାଡ଼ି ସେହି ଜଙ୍ଗଲ ନିଆଁରେ ଜଳି ଯାଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ ।

ମଙ୍ଗଳବାର ଭବାନୀପୁର ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ସଦର ରେଞ୍ଜ ବନ କର୍ମଚାରୀ ନିଆଁ ଲିଭାଇବାକୁ ଯାଇଥିଲେ । ନିଆଁ ଲିଭାଇବାକୁ ଗୋଟିଏ ଜିପରେ ବନ ବିଭାଗର ୬ କର୍ମଚାରୀ ଯାଇଥିଲେ । ଜଙ୍ଗଲ ଭିତରକୁ ଯିବା ପୂର୍ବରୁ ରୋଡ୍ କଡ଼ରେ ଜିପକୁ ରଖିଥିଲେ ।

କିନ୍ତୁ ବନ କର୍ମଚାରୀ ଜଙ୍ଗଲ ଭିତରୁ ଫେରିବା ବେଳକୁ ଦେଖିଥିଲେ ଗାଡ଼ିରେ ନିଆଁ ଲାଗି ଯାଇଛି । ବନ ବିଭାଗର ଜିପଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ତେବେ ଶୁଖିଲା ପତ୍ର ଯୋଗୁଁ ନିଆଁ ଗାଡ଼ିରେ ଲାଗି ଯାଇଥିବା ଜଣେ ବନ କର୍ମଚାରୀ କହିଛନ୍ତି ।

Leave A Reply

Your email address will not be published.