ବ୍ରହ୍ମପୁର: ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ବୋମା ମାଡ଼। ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା। ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ। ତେବେ ବୋମା ନିଷ୍କ୍ରିୟ ପାଇଁ ଯାଇଥିବା ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେ ବୋମା ନିଷ୍କ୍ରିୟ କରୁଥିବା ବେଳେ ଫୁଟି ଯିବାରୁ ଆହତ ହୋଇଥିଲେ।
ମଙ୍ଗଳବାର ବିଳମ୍ବିତ ରାତିରେ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଲେନରେ ସୁରେଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ମାଡ ହୋଇଥିଲା। ବ୍ୟବସାୟକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା ଆଶଙ୍କା କରାଯାଉଥିଲା। ଏହାର ତଦନ୍ତ କରିଥିଲା ବଡ଼ ବଜାର ଥାନା ପୋଲିସ। ତଦନ୍ତ ବେଳେ ବ୍ରହ୍ମପୁରର ପୁରୁଣା ଅପରାଧୀ ଦୁନିଆ ସାହୁ, ରାକେଶ ମିଶ୍ର ଓ ଶ୍ରୀକାନ୍ତ ପଣ୍ଡା ଏହି ବୋମା ମାଡରେ ସାମିଲ ଥିଲେ ଏବଂ ସେମାନେ ଶ୍ରୀକ୍ଷେତ୍ରବିହାର ୪ର୍ଥ ଲେନ୍ରେ ଏକ ଭଡ଼ା ଘରେ ଲୁଚିଥିବା ପୋଲିସ ଜାଣିବାକୁ ପାଇଥିଲା। ବୁଧବାର ୧୨ଟା ବେଳେ ବଡବଜାର ଥାନାର ଏସଆଇ ରଞ୍ଜିତ ଦାସ ଓ ତାଙ୍କ ଟିମ ସେହି ଘର ପାଖରେ ପହଞ୍ଚିଥିଲେ। ତେବେ ଏତିକି ବେଳେ ଦୁର୍ବୃତ୍ତମାନେ କବାଟ ବନ୍ଦ କରି ଭିତରେ ରହି ଯାଇଥିଲେ। ପୋଲିସ ଉପରକୁ ଫାଙ୍କା ଗୁଳି ଚଳାଇଥିବା ଶୁଣାଯାଇଥିଲା। ଦୁର୍ବୃତ୍ତଙ୍କ ଏଭଳି ପ୍ରତିରୋଧକୁ ଦେଖି ବ୍ରହ୍ମପୁର ଟାଉନ୍ ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଓ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସମେତ ଏକ ପ୍ଲାଟୁନ ପୁଲିସ ସେହି ଘର ନିକଟରେ ପହଞ୍ଚିଥିଲେ। ଦୁର୍ବୃତ୍ତଙ୍କୁ ଆତ୍ମ ସମର୍ପଣ କରିବାକୁ ପୋଲିସ ପକ୍ଷରୁ ମାଇକ ଯୋଗେ ଚେତାବନୀ ଦିଆଯାଇଥିଲା।
ସେହି ଘର ଭିତରୁ ଜଣେ ମହିଳା ବାହାରକୁ ଆସି ଆତ୍ମ ସମର୍ପଣ କରିଥିଲେ ମଧ୍ୟ ୩ ଅଭିଯୁକ୍ତ ବାହାରକୁ ଆସିନଥିଲେ। ଫଳରେ ଘରର କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲା। କବାଟ ଭାଙ୍ଗି ଭିତରକୁ ପଶିବା ବେଳେ ଘର ଭିତରେ ଥିବା ଦୁର୍ବୃତ୍ତମାନେ ପୋଲିସ ଉପରକୁ ୨ଟି ବୋମା ଫିଙ୍ଗିଥିଲେ। ହେଲେ ବୋମା ଦୁଇଟି କବାଟରେ ବାଜି ଫୁଟିଯିବାରୁ ଏସଆଇ ରଞ୍ଜିତ ଓ ଅନ୍ୟ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେହି ଘର ଭିତରେ ଯାଞ୍ଚ ବେଳେ ୨ଟି ବ୍ୟାଗରେ ୭ରୁ ଅଧିକ ବୋମା ଓ ୫ଟି ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଉପରୋକ୍ତ ୩ ଅପରାଧୀଙ୍କ ସମେତ ପୁଲିସ ସେହି ଘରେ ଥିବା ୨ ଜଣ ମହିଳାଙ୍କୁ ମଧ୍ୟ କାବୁ କରି ଥାନାକୁ ଆଣିଥିଲା। ଅନ୍ୟପକ୍ଷରେ ସେହି ଘରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ ପାଇଁ ପୁଲିସର ବୋମା ନିଷ୍କ୍ରିୟକାରୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ଭିତରେ ରହି ବୋମା ଗୁଡ଼ିକୁ ନିଷ୍କ୍ରିୟ କରୁଥିବା ଟିମର ସଦସ୍ୟ ତଥା ହାବିଲଦାର ଅଶୋକ ପ୍ରଧାନଙ୍କ ହାତରେ ଗୋଟିଏ ବୋମା ଫୁଟି ଯାଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ବୋମା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁନିଆ ସାହୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
BREAKING NEWS
- PadmaShri awardee Dr. Ashok Mahapatra:ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୟଭୀତ ନ ହୋଇ ସଚେତନ ରୁହନ୍ତୁ’
- ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍ଓଡିଏଲ୍
- ଦୀପାବଳି ପାଇଁ କଟକ ପୋଲିସର କଡ଼ା ପ୍ରସ୍ତୁତି;ବ୍ୟତିକ୍ରମ କଲେ କାର୍ଯ୍ୟନୁଷ୍ଠାନ
- ଆଇପିଏଲ୍ ୨୦୨୭: ଖେଳାଳି ରିଟେନସନ ଡେଡ୍ଲାଇନ୍ ୨ ଦିନ ବୃଦ୍ଧି
- Door-to-Door Survey:‘ଅର୍ଣ୍ଣବ’ ପ୍ରଭାବିତ ୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି
- ଗଞ୍ଜେଇ ରୋଲ୍ ବିକ୍ରିର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
- Movie Marathon: ବର୍ଷକରେ ଦେଖିଲେ ୧୨ଶହ ଫିଲ୍ମ, ୬୦ ବର୍ଷୀୟ ଆମେରିକୀୟଙ୍କ ରେକର୍ଡ
- Car sales hit monthly record: ଅକ୍ଟୋବର ମାସରେ କାର୍ ବିକ୍ରିର ରେକର୍ଡ;ପ୍ରଥମଥର ପାଇଁ ୫ ଲକ୍ଷ ଅତିକ୍ରମ
- ରଣଜୀ ଟ୍ରଫି: ପ୍ରଥମ ଦିନ ଝାରଖଣ୍ଡର ବ୍ୟାଟିଂ ବିପର୍ୟ୍ୟୟ
Comments are closed.