Latest Odisha News

BREAKING NEWS

ଜାତୀୟ ଜନଜାତି କଳାବସ୍ତୁ ମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ୱର : ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀର ପଞ୍ଚମ ସନ୍ଧ୍ୟାରେ ମଧ୍ୟ ଅନ୍ୟ ଦିନ ପରି ବେଶ ଭିଡ ଜମିଥିଲା । ଗୁଜୁରାଟ, ତେଲେଙ୍ଗାନା, ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜନଜାତି କାରିଗରମାନଙ୍କ ସମାଗମ ଓ ସେମାନଙ୍କ ପାରମ୍ପରିକ ବେଶପୋଷାକ ଗ୍ରାହକମାନଙ୍କୁ ମେଳା ପ୍ରତି ଆକର୍ଷିତ କରିବା ସହ ସେମାନଙ୍କ ନିର୍ମିତ ଓ ପ୍ରଦର୍ଶିତ ସାମଗ୍ରୀର ସମ୍ଭାର ବିସ୍ମିତ କରୁଛି ।

ଖୁବ୍‌ ସରଳ ଅଥଚ ଆକର୍ଷଣୀୟ କଳା ସାମଗ୍ରୀଗୁଡ଼ିକୁ ନିଜସ୍ୱ ଜ୍ଞାନକୌଶଳରେ ବିକଶିତ କରି ସେଗୁଡ଼ିକୁ ବଜାର ଉପଯୋଗୀ କରିବା ଏଠାରେ ଯୋଗଦେଇଥିବା କାରିଗରମାନଙ୍କଠାରୁ ଶିଖିବାର ଅଛି ।
ବାଉଁଶ ସାମଗ୍ରୀ, ଲୁହାରୁ ପ୍ରସ୍ତୁତ ସୌଖୀନ ଜିନିଷ, କାଠନିର୍ମିତ ଯଷ୍ଟି, ଗଶେଶ ମୂର୍ତ୍ତି, ଖେଳନା, ଟେରାକୋଟା ନିର୍ମିତ ସୂକ୍ଷ୍ମ କଳାକୃତି, ଚିତ୍ରକଳା, ଜନଜାତିଙ୍କ ବାଦ୍ୟଯନ୍ତ୍ର (ବିଶେଷ କରି ଛୋଟ ପିଲାଙ୍କ ପାଇଁ ଓ ଘର ସଜାଇବା ପାଇଁ) ବିଭିନ୍ନ ଜନଜାତିଙ୍କ ପାରମ୍ପରିକ ବେଶପୋଷାକ, ଡୋକ୍ରା ସାମଗ୍ରୀ, ସୂଚୀକର୍ମଶୋଭିତ ଚାଦର, ପୋଷାକପତ୍ର ପ୍ରଭୃତିର ଭରପୂର ସମ୍ଭାର ମେଳାକୁ ଆକର୍ଷଣୀୟ କରିଛି ।

ପଞ୍ଚମ ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରାୟୋଜିତ ଗଜପତି, ମାଲକାନଗିରି ଜିଲ୍ଲାର ଜନଜାତି କଳାକାରମାନଙ୍କ ଭିନ୍ନ ପାରମ୍ପରିକ ନୃତ୍ୟ ଦର୍ଶକମାନଙ୍କ ମନୋରଞ୍ଜନର ମୁଖ୍ୟ ଆକର୍ଷଣ ଥିଲା । ଏହି ମେଳା ଆସନ୍ତା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Leave A Reply

Your email address will not be published.