Latest Odisha News

BREAKING NEWS

ବୟସ ହାର ମାନିନି : ୧୦୩ ବର୍ଷ ବୟସରେ ବି ଫିଟ୍

ସୁସ୍ଥ ରହିବାର ମନ୍ତ୍ର ହେଉଛି ନିଜର ଦୈନିକ ଜୀବନଚର୍ଯ୍ୟା ଓ ଦୈନନ୍ଦିନ ଖାଦ୍ୟ ପାନୀୟ ଭିତରେ ସନ୍ତୁଳନ ରଖିବା । ଏକଥା ସମସ୍ତେ ଜାଣିଥିଲେ ବି ବଦଳୁଥିବା ଜୀବନ ଶୈଳୀ ତଥା ରୋଜଗାରର ଆବଶ୍ୟକତା ଭିତରେ ସୁସ୍ଥ ରହିବାର ଉପାୟ ଫିକା ପଡ଼ିଯାଇଛି । କମ ବୟସରେ ବି ବିଭିନ୍ନ ପ୍ରକାର ଛୋଟବଡ଼ ରୋଗ ଆମ ଶରୀରକୁ ଆକ୍ରମଣ କରୁଛି । କିନ୍ତୁ ୧୦୩ ବର୍ଷ ବୟସରେ ଜଣେ ମହିଳା ସମ୍ପୂର୍ଣ୍ଣ ଫିଟ୍ ରହିବା ସହିତ ପ୍ରତିଦିନ ଜିମ୍ ଯାଉଛନ୍ତି । କିଏ ଏହି ମହିଳା ଓ ତାଙ୍କର ମାନସିକତା କ’ଣ ଆସନ୍ତୁ ଜାଣିବା ।

ଏହି ଶତାୟୁ ମହିଳା ଜଣକ ହେଲେ କାଲିଫର୍ଣ୍ଣିଆର ଟେରେସା । ଇଟାଲିରେ ତାଙ୍କର ଜନ୍ମ । ତାଙ୍କ ବୟସ ୧୦୩ ବର୍ଷ । ୧୯୪୬ ମସିହାରେ ସେ ଜଣେ ଆର୍ମି ଅଫିସରଙ୍କୁ ବିବାହ କରିଥିଲେ । ନିଜକୁ ଫିଟ୍ ରଖିବା ପାଇଁ ସେ ପ୍ରତ୍ୟେକ ଦିନ ଜିମ୍ ଯାଆନ୍ତି । ସେଠାରେ ଡମ୍ବଲ୍‌ସ ଉଠାଇବା ସହ ଦୌଡ଼ିବା, ୱେଟ୍ ଲିଫ୍ଟିଂ ଓ ପୁସ୍‌ଅପ୍ ବି ମାରନ୍ତି । ଏହି ମହିଳାଙ୍କୁ ଦେଖିଲେ ଯେ କେହି ଦେଖନ୍ତି ଆଶ୍ଚର୍ଯ୍ୟ ହୁଅନ୍ତି । କେବଳ ସେତିକି ନୁହେଁ ଟେରେସାଙ୍କୁ ମେକ୍‌ଅପ୍ ନେବାକୁ ମଧ୍ୟ ପସନ୍ଦ କରନ୍ତି ।
ଟେରେସା କୁହନ୍ତି, ମୋ ଜୀବନର ମନ୍ତ୍ର ହେଉଛି ସୁସ୍ଥ ରହିବା । ଆଉ ସୁସ୍ଥ ରହିବାର ମାର୍ଗ ହେଉଛି ନିୟମିତ ବ୍ୟାୟାମ । ଜିମ୍ ଗଲେ ମୁଁ ମନ ଭିତରୁ ସୁସ୍ଥ ଅନୁଭବ କରେ । ତାଙ୍କ ପରିବାର ଲୋକେ କୁହନ୍ତି, ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ଟେରେସା । ଜିମ୍‌କୁ ଆସୁଥିବା ଅନ୍ୟ ମହିଳାମାନଙ୍କ ପାଇଁ ଟେରେସା ଏକ ଉଦାହରଣ । ସେହି କାରଣରୁ ନିୟମିତ ଜିମ୍ ଆସିବାକୁ ଟେରେସାଙ୍କଠାରୁ ପ୍ରେରଣା ମିଳୁଛି ବୋଲି ଅନେକ ମହିଳା ମତ ରଖନ୍ତି ।

Leave A Reply

Your email address will not be published.