Latest Odisha News

BREAKING NEWS

କବି ପ୍ରସନ୍ନ ମିଶ୍ରଙ୍କ ୮୨ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୨ ତମ ଜୟନ୍ତୀ ‘ଫାଲଗୁନ ଆସର’ ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। କବି କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବୀ ଅପର୍ଣ୍ଣା ମହାନ୍ତି, କବି ଆଶୁତୋଷ ପରିଡ଼ା, ନାଟ୍ୟକାର ରମେଶ ପାଣିଗ୍ରାହୀ ଅତିଥି ଭାବରେ ଯୋଗଦେଇଥିଲେ।

ଏହି ଅବସରରେ ଶ୍ରୀମତୀ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପ୍ରସନ୍ନ ମିଶ୍ର ଜଣେ ପ୍ରାକୃତିକ କବି ଥିଲେ । ତାଙ୍କ କବିତାରେ ବ୍ୟକ୍ତି ବା ବସ୍ତୁର କଳ୍ପନା ଅପେକ୍ଷା ବାସ୍ତବିକତା ଅଧିକ ପ୍ରସ୍ଫୁଟିତ ହୋଇଛି। କବିଙ୍କ ବହୁ ଚର୍ଚ୍ଚିତ କୃତି ‘ମନିକାର ପ୍ରିୟ’ , ଓ ‘ଟ୍ରକ୍ ଡାଲାରେ ସନାତନ’ ପ୍ରେମ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ପ୍ରେମ ଓ ବିଦ୍ରୋହର କଥା କହେ ବୋଲି ସେ ମତବ୍ୟକ୍ତ କରିଥିଲେ।

କବି ପ୍ରସନ୍ନଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରି ଶ୍ରୀ ପରିଡା କହିଛନ୍ତି ଯେ, ଓଡ଼ିଆ ଜନବାଦୀ କବି ଭାବରେ କବିଙ୍କ କାବ୍ୟ ନାୟକ ବା ନାୟିକାମାନେ ସବୁବେଳେ ସାଧାରଣ ମଣିଷ। ମନିକା ପ୍ରେମର ପ୍ରତିମୂର୍ତ୍ତି ଭାବରେ ପରିଚିତ ଏବଂ ସନାତନ ଓଡ଼ିଆ ଜାତିର ମେହନତି ମଣିଷର ପ୍ରତିନିଧି ଭାବରେ କବି ପ୍ରସନ୍ନ ତାଙ୍କ କବିତାରେ କହିଛନ୍ତି। ଏହା ସହ ସେ ଜଣେ ସ୍ୱାଭୀମାନୀ କବି ଥିଲେ ବୋଲି ମଧ୍ଯ ଶ୍ରୀ ପରିଡ଼ା କହିଥିଲେ ।

ଓଡ଼ିଆ ସାହିତ୍ୟ ପ୍ରତ୍ୟେକ ବିଭାଗରେ କବି ପ୍ରସନ୍ନଙ୍କ ଦକ୍ଷତା ତାଙ୍କୁ ଏକ ବିରଳ ବ୍ୟକ୍ତିତ୍ବର ଅଧିକାରୀ କରିଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହି ଅବସରରେ କବିଙ୍କ କନ୍ୟା ପ୍ରାଚୀତାରା ୧୯୮୩ ରେ କବିଙ୍କ ଦ୍ୱାରା ରଚିତ ‘ବେତାଳ’ ଗଳ୍ପକୁ ଉପସ୍ଥାପନ କରିଥିଲେ। ଏହା ସହ ଚିରଶ୍ରୀ ଇନ୍ଦ୍ରସିଂ, ମନୁ ଦାଶ ଦେବଦତ୍ତ ପାଟୀ, ଅଙ୍କିତ ମିଶ୍ର ଓ ସୋମାଲି ମିଶ୍ର କବିଙ୍କ ରଚିତ କବିତା ଆବୃତ୍ତି କରିଥିଲେ।

ଓଡ଼ିଆ ସାହିତ୍ୟର ଜଣେ ଆଗଧାଡ଼ିର ସାହିତ୍ୟିକ ଭାବରେ କବି ପ୍ରସନ୍ନ ମିଶ୍ର ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ପୁରସ୍କାର, ଝଙ୍କାର ପୁରସ୍କାର ଆଦି ଅନେକ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ମନୋରମା ବିଶ୍ଵାଳ ମହାପାତ୍ର, କାଳିଦାସ ମିଶ୍ର, ସ୍ନେହପ୍ରଭା ଦାସ, ବିରେନ୍ଦ୍ର ପାଣି, ଇତି ସାମନ୍ତ, ଦୁଷ୍ଯନ୍ତ ଦାଶ, କନକ ମଞ୍ଜରୀ ପଟ୍ଟନାୟକ, ସୂର୍ଯ୍ୟ ମିଶ୍ର ପ୍ରମୁଖଙ୍କ ସହ ଅନେକ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.