Latest Odisha News

ସବୁଠି ‘ନାଟୁ-ନାଟୁ’ର କ୍ରେଜ: ପାକିସ୍ତାନରେ ନାଚିଲେ ଯୁବକଯୁବତୀ

ମୁମ୍ବାଇ: ଓସ୍କାର ଜିତିବା ପରେ ‘ନାଟୁ ନାଟୁ’ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁ ଧୁମ୍‌ରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ପାକିସ୍ତାନୀ ସମାରୋହର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯୁବକଯୁବତୀ ନାଟୁ ନାଟୁ ଗୀତର ତାଳେ ତାଳେ ନୃତ୍ୟ କରୁଛନ୍ତି ।

ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଏକ ପାକିସ୍ତାନୀ ବିବାହ ଉତ୍ସବ । ଏହି ସମାରୋହରେ ଦୁଇ ଜଣ ଯୁବକଯୁବତୀ ନାଟୁ-ନାଟୁ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ତାଙ୍କ ପଛରେ ଉପସ୍ଥିତ ଥିବା ଲୋକେ ଏହି ନୃତ୍ୟକୁ ମନଭରି ଉପଭୋଗ ମଧ୍ୟ କରୁଛନ୍ତି । ଉଭୟ ଗୀତର ଷ୍ଟେପଗୁଡିକୁ ଠିକ୍ ଭାବରେ ନକଲ କରିଥିବା ଦେଖିବାକୁ ମିଳିିଛି । ଏହି ଭିଡ଼ିଓ ଦେଖିବା ପରେ ‘ନାଟୁ-ନାଟୁ’ ଏକ ବିଶ୍ୱସ୍ତରୀୟ ହୋଇପାରିଛି ଏବଂ ପାକିସ୍ତାନୀମାନେ ଏହାକୁ ପସନ୍ଦ କରିଥିବାରୁ ସେମାନଙ୍କୁ ଶୁଭେଚ୍ଛା ବୋଲି ଅନେକ ମତ ରଖିଛନ୍ତି ।

Leave A Reply

Your email address will not be published.