Latest Odisha News

ଅନଲାଇନ ରିଲିଜ ହେଲା ‘ଆଭେଞ୍ଜରର୍ସ ଏଣ୍ଡଗେମ’

ମୁମ୍ବାଇ: ଫିଲ୍ମ ‘ଅବତାର’କୁ ପଛରେ ପକାଇ ଆଭେଞ୍ଜରର୍ସ ଏଣ୍ଡଗେମ୍‌ ନିକଟରେ ଗ୍ଲୋବାଲ ବକ୍ସ ଅଫିସ ଆୟରେ ନଂ୧ ସ୍ଥାନରେ ପହଞ୍ଚିଯାଇଛି।

ଏହି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଅନେକ ଶୋ ହାଉସଫୁଲ ହୋଇଯାଇଥିଲା। ଏବେ ପୁଣି ଦର୍ଶକଙ୍କ ମନ ଜିଣିବାକୁ ଆଭେଞ୍ଜର୍ସ ଅନଲାଇନରେ ରିଲିଜ ହୋଇଛି।

ଆଭେଞ୍ଜର୍ସ ଇନଫିନିଟ ଓ୍ଵାର ପରେ ଦର୍ଶକ ଏହି ଫିଲ୍ମକୁ ବେଶ ଉତ୍କଣ୍ଠାର ସହିତ ଚାହିଁ ବସିଥିଲେ। ଏଭଳି ଅନେକ ଦର୍ଶକ ରହିଛନ୍ତି, ଯିଏକି ବାରମ୍ବାର ଏହି ଫିଲ୍ମକୁ ଦେଖିବା ପାଇଁ ହଲକୁ ଯାଇଥିବେ।

ମାର୍ବଲର ଫିଲ୍ମ ପାଇଁ ଦୁନିଆର ସମସ୍ତ ଦର୍ଶକ ପାଗଳ ପ୍ରାୟ। ପ୍ରାୟ ୨୨ଟି ଫିଲ୍ମ ପରେ ଏଣ୍ଡଗେମ୍‌ ସହିତ ଆଭେଞ୍ଜର୍ସ ଶେଷ ହୋଇଥିଲା।

ଆଭେଞ୍ଜର୍ସ ଫିଲ୍ମକୁ ୟୁଟ୍ୟୁବ, ଗୁଗଲ ପ୍ଳେ ଷ୍ଟୋର ଏବଂ ଆଇ ଟ୍ୟୁନରେ ରିଲିଜ କରାଯାଇଛି।

Leave A Reply

Your email address will not be published.