Latest Odisha News

BREAKING NEWS

କଡ୍ଡା ସୁରକ୍ଷା ବଳୟରେ ଭୁବନେଶ୍ୱର ବିମାନ ବନ୍ଦର, ଜାଣନ୍ତୁ କାହିଁକି !

ଭୁବନେଶ୍ୱର: ଦେଶର ସମସ୍ତ ପ୍ରମୁଖ ଏୟାରପୋର୍ଟ ସମେତ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କଡ୍ଡା ନିରାପତ୍ତା ବଳୟ ସହିତ ସତର୍କତା ଅବଲମ୍ବନ କରାଯାଇଛି । ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋର ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଏହି ସତର୍କତା ଅବଲମ୍ବନ କରାଯାଇଛି ।

ବିମାନ ବନ୍ଦରର ନିର୍ଦ୍ଦେଶକ ଏସ ସି ହୋତାଙ୍କ କହିବାନୁଯାୟୀ, ସଂସଦରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଆସନ୍ତା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବିମାନ ବନ୍ଦର ଏବଂ ଏହାର ପାରିପାଶ୍ୱିକ ଅଞ୍ଚଳରେ ଏହି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ।

ଏହାଫଳରେ ବିମାନ ବନ୍ଦରରେ ସମୟକ୍ରମେ ଛାନଭିନ୍ନ ହେବା ସହିତ ବନ୍ଦର ମଧ୍ୟରେ କଟକଣା ଜାରି ହୋଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ଅଗଷ୍ଟ ୧୫ରେ ସ୍ୱାଧିନତା ଦିବସ ପାଳନ ହେବା ପରିପ୍ରେକ୍ଷୀରେ ବିମାନ ବନ୍ଦର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଦ୍ୱିଗୁଣିତ କରାଯାଇଛି ।

ସାଧାରଣ ଯାତ୍ରୀଙ୍କ ଲାଗି ରହିଥିବା ନିୟମ ଓ କଟକଣା:

• କୌଣସି ଯାତ୍ରୀ ବିମାନ ବନ୍ଦରରେ ଅଯଥା ଚଳପ୍ରଚଳ କରିବା ଉଚିତ ନୁହେଁ
• ବିମାନ ବନ୍ଦର ବିଲ୍ଡିଂ ମଧ୍ୟକୁ ଯାତ୍ରୀମାନେ ପ୍ରବେଶ କରିପାରିବେ ନାହିଁ
• ଯାତ୍ରୀମାନେ ଆଗନ୍ତୁକଙ୍କୁ କେବଳ ଆରାଇଭାଲ୍ ଟର୍ମିନାଲଠାରେ ସାକ୍ଷାତ କରିପାରିବେ
• ବିମାନ ବନ୍ଦରକୁ ପ୍ରବେଶ କରୁଥିବା ସମସ୍ତ ପ୍ରକାର ଯାନ ବାହନକୁ ବାଧ୍ୟତାମୂଳକ ଭାବେ ତୁହାକୁ ତୁହା ଯାଞ୍ଚ କରାଯାଇପାରେ

ଇତିମଧ୍ୟରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଯାତାୟାତ ନେଇ କଟକଣା ଜାରି କରିସାରିଛନ୍ତି । ବିମାନ ଛାଡ଼ିବାର ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରଠାରେ ଘରୋଇ ଯାତ୍ରୀଙ୍କୁ ରିପୋର୍ଟ କରିବାକୁ ପଡ଼ିବ । ସେହିପରି ୪ ଘଣ୍ଟା ପୂର୍ବରୁ ବିଦେଶୀ ଯାତ୍ରୀମାନେ ରିପୋଟିଂ କରିବା ଜରୁରୀ ବୋଲି ଏୟାରପୋର୍ଟ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ଏନେଇ ଇଣ୍ଡିଗୋ ବିମାନ ପକ୍ଷରୁ ମଧ୍ୟ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.