Latest Odisha News

BREAKING NEWS

ଲଂଚ ହୋଇପାରେ ଇଲେକ୍ଟ୍ରିକ ଆକ୍ଟିଭା

ନୂଆଦିଲ୍ଲୀ: ରାସ୍ତାରେ ଆପଣ ଅନେକ ସମୟରେ ହୋଣ୍ଡା ଆକ୍ଟିଭା ଦେଖିଥିବେ । ଶକ୍ତିଶାଳୀ ଇଞ୍ଜିନ ସହିତ ଦମଦାର ପିକଅପ ପାଇଁ ହୋଣ୍ଡା ଆକ୍ଟିଭା ଭାରତୀୟ ସ୍କୁଟର ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଉ ଆକ୍ଟିଭା ପ୍ରେମୀଙ୍କୁ ଖୁବ ଶୀଘ୍ର ଏକ ଖୁସି ଖବର ମିଳିପାରେ । କୁହାଯାଉଛି ଯେ ମାର୍ଚ୍ଚ ୨୯ରେ ହୋଣ୍ଡା ଏହାର ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ଏକ ବଡ ଘୋଷଣା କରିପାରେ । ରିପୋର୍ଟ ମୁତାବକ ହୋଣ୍ଡା ପକ୍ଷରୁ ଆକ୍ଟିଭା ଇଲେକ୍ଟ୍ରିକର ବୈଶିଷ୍ଟ୍ୟ ଏବଂ ମୂଲ୍ୟ ଘୋଷଣା କରାଯାଇପାରେ । ଏହା ପୂର୍ବରୁ ହୋଣ୍ଡା ପକ୍ଷରୁ କୁହାଯାଇଥିଲା ଯେ ମାର୍ଚ୍ଚ ୨୦୨୪ ସୁଦ୍ଧା କମ୍ପାନୀ ଅନେକ ବୈଦ୍ୟୁତିକ ସ୍କୁଟର ଲଂଚ କରିବ ।

ଏହା ପୂର୍ବରୁ କୁହାଯାଇଥିଲା ଯେ ଏହି ସ୍କୁଟର ଡିସେମ୍ବର ୨୦୨୩ ସୁଦ୍ଧା ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ଅନୁମାନ କରାଯାଉଛି ଯେ ହୋଣ୍ଡା ପକ୍ଷରୁ ପ୍ରାଥମିକ ଭାବରେ ଏହାର ଲୋକପ୍ରିୟ ଆକ୍ଟିଭାକୁ ବୈଦ୍ୟୁତିକ ଭାବରେ ଲଂଚ କରାଯିବ । କିଛି ଅଟୋମୋବାଇଲ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଏହି ଆକ୍ଟିଭାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ହେବ । ଏହା ୧ ଲକ୍ଷରୁ ୧.୨୦ ଲକ୍ଷ ମୂଲ୍ୟ ମଧ୍ୟରେ ଏକ୍ସ-ଶୋ’ରୁମରେ ଉପଲବ୍ଧ ହେବ । ଥରେ ଚାର୍ଜ କଲେ ଏହା ପ୍ରାୟ ୧୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.