Latest Odisha News

BREAKING NEWS

ତେଜିଲା ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବି, କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ : ପୁଣି ତେଜିଛି କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଦାବି । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । ଦୀର୍ଘ ଦିନରୁ କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବାପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସରକାରଙ୍କ ବିରୋଧରେ ଗର୍ଜିଛି କୁଡୁମୀ ସେନା ।

ଆଜି(ମଙ୍ଗଳବାର) ସକାଳୁ ବାରିପଦା ଓ ବେତନଟୀଠାରେ ୧୮ ନମ୍ବର ଜାତୀୟ ରାଜପଥକୁ କୁଡୁମୀ ସେନା ପକ୍ଷରୁ ଅବରୋଧ କରାଯାଇଥିଲା। ଏପରିକି ବେତନଟୀ ରେଳ ଷ୍ଟେସନରେ କୁଡୁମୀ ସେନାର କର୍ମୀମାନେ ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନକୁ ଅଟକ ରଖିଥିଲେ। ଏହାପରେ ବେତନଟୀ ଥାନାର ଆଇଆଇସି ଓ ରେଲବାଇ ପୋଲିସର ବୁଝାଶୁଝା ପରେ ଅଧଘଣ୍ଟା ବିଳମ୍ବରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । ସେପଟେ ୧୮ ନମ୍ବର ଜାତୀୟ ରାଜପଥରେ ଦିର୍ଘ ତିନି ଘଣ୍ଟା ଧରି ବହୁ ଯାନବାହନ ଅଟକ ରହିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସାମ୍ନା କରିଥିଲେ । ଶେଷରେ ଜିଲ୍ଲା ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ରାଜରାସ୍ତାରୁ ହଟିଥିଲେ କୁଡୁମୀ ସେନାର ନେତା ଓ ସଦସ୍ୟ ।

Leave A Reply

Your email address will not be published.