ଭୁବନେଶ୍ୱର: ରାଜ୍ୟ ସ୍ୟାଟ୍ ବାର୍ ଆସୋସିଏସନ୍ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଶୁକ୍ରବାର ଦିନ ଓକିଲମାନେ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ।
ପ୍ରାପ୍ତ ସୂଚନାଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅନେକ ମାମଲା ବିଚାରାଧିନ ହୋଇ ପଡିରହିଥିବା ବେଳେ ରାଜ୍ୟ ସରକାର ସ୍ୟାଟ୍ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ଆଇନଜୀବୀମାନେ ।
ତେବେ ଏହି ନିଷ୍ପତ୍ତିକୁ ଭୁବନେଶ୍ୱର ଓକିଲ ସଂଘ ମଧ୍ୟ ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବ ବୋଲି ଜଣାପଡିଛି ।ତେବେ ଏହି ନିଷ୍ପତ୍ତିକୁ ସମସ୍ତ ନିମ୍ନ ଅଦାଲତର ଆଇନଜୀବୀଙ୍କ ସମେତ ଭୁବନେଶ୍ୱର ଓକିଲ ସଂଘ ମଧ୍ୟ ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବ ବୋଲି ଜଣାପଡିଛି ।
ଆହୁରି ମଧ୍ୟ ଆଜି ସମସ୍ତ ଆଇନଜୀବୀମାନେ କଳା ବ୍ୟାଜ୍ ପିନ୍ଧି ଜିଲ୍ଲା ଜଜ୍ ଅଦାଲତ ଆଗରେ ଧାରଣା ଦେବେ ବୋଲି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସୂଚନା ମିଳିଛି ।
Comments are closed.