Latest Odisha News

ଲୋକମାନେ କାହିଁକି ନଦୀରେ ପକାନ୍ତି ପଇସା : ଅନ୍ଧବିଶ୍ୱାସ ନା ଆଉ କିଛି

ନୂଆଦିଲ୍ଲୀ: ଲୋକେ ନଦୀରେ ପଇସା ପକାଉଥିବା ଆପଣ ନିଶ୍ଚୟ ଦେଖିଥିବେ । କେହି କେହି ଏପରି କଲେ ଶୁଭ ଫଳ ମିଳିଥାଏ ବୋଲି କହିଥାନ୍ତି । ନା ଏହା ଏକ ଅନ୍ଧବିଶ୍ୱାସ । କିନ୍ତୁ ନଦୀରେ ପଇସା ପକାଇବା ପଛର କାରଣ ଆପଣ ଜାଣନ୍ତି କି? ଏହା ପଛରେ ଥିବା ବୈଜ୍ଞାନିକ କାରଣ କ’ଣ ଜାଣନ୍ତୁ ।

ଅନେକ ଲୋକ ଏକ ସେତୁ ଉପର ଦେଇ ଗଲା ବେଳେ ନଦୀ ଭିତରକୁ ପଇସା ପକାଇଥାନ୍ତି । ଆଉ କିଛି ମନ୍ଦିର ପୋଖରୀରେ ମଧ୍ୟ ପଇସା ପକାଇବାକୁ ଭୁଲନ୍ତି ନାହିଁ । ପ୍ରାଚୀନ କାଳରୁ ଲୋକମାନେ କହୁଛନ୍ତି ଯେ ନଦୀ ଉପରେ ଥିବା ବ୍ରିଜ୍‌ରେ ପାରିହେଲା ବେଳେ ପଇସା ପକାଇଲେ କିଛି ଅଘଟଣ ଘଟି ନ ଥାଏ ଏବଂ ଯେଉଁ କାମରେ ଯାଉଥିବେ ସେ କାମ ଶୁଭ ହୋଇଥାଏ । କିନ୍ତୁ ଏହା କେବଳ ଅନ୍ଧବିଶ୍ୱାସ ନା ଏହା ପଛରେ ଅନ୍ୟ କିଛି କାରଣ ଅଛି କି? ପାଣିରେ ଗୋଟିଏ ପଇସା ପକାଇବା କେବଳ ଅନ୍ଧବିଶ୍ୱାସ ନୁହେଁ । ବରଂ ଏହା ପଛରେ ରହିଛି ବୈଜ୍ଞାନିକ କାରଣ । ପ୍ରାଚୀନ କାଳରେ ପଇସା ତମ୍ବାରେ ତିଆରି ହେଉଥିଲା । ସେଗୁଡିକୁ ପାଣିରେ ପକାଇଲେ ପାଣି ଉପରେ ପ୍ରଭାବ ପକାଇଥାଏ । ତମ୍ବା ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ । ଏକ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଭଲ ହୋଇଥାଏ । କେବଳ ଏତିକି ନୁହେଁ, ତମ୍ବା ପାଣିରେ ଆଣ୍ଟିଇନ୍ ଫ୍ଲାମେଟୋରୀ ଗୁଣ ରହିଛି । ଏହା ଆର୍ଥ୍ରାଇଟିସରେ ମଧ୍ୟ ଆରାମ ଦେଇଥାଏ । ତମ୍ବା ପଇସା ପାଣିରେ ମିଶିବା ପରେ ଏହାର ଔଷଧୀୟଗୁଣ ବୃଦ୍ଧି ପାଇଥାଏ ।

ଏବେ ପଇସାଗୁଡ଼ିକ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହେଉଛି । ଏହାକୁୁ ପାଣିରେ ପକାଇବା କୌଣସି ଆବଶ୍ୟକତା ନାହିଁ । ତଥାପି ଏହି ପରମ୍ପରା ବହୁ ପୁରୁଣା ଏବଂ ଲୋକମାନେ ଏହାକୁ ବର୍ଷ ବର୍ଷ ଧରି ଅନୁସରଣ କରିଆସୁଛନ୍ତି ।

Leave A Reply

Your email address will not be published.