Latest Odisha News

ପତ୍ନୀ କିଆରାଙ୍କୁ ଶ୍ରେଷ୍ଠ ଷ୍ଟାଇଲ୍ ଆୱାର୍ଡ଼ ଡେଡିକେଟ୍ କଲେ ସିଦ୍ଧାର୍ଥ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ବିବାହ କରିଥିଲେ । ବିବାହ ପରେ ଉଭୟ କଳାକାର ବେଶ୍ ଚର୍ଚ୍ଚାରେ ଅଛନ୍ତି । ଶୁକ୍ରବାର ରାତିରେ ଏକ ପୁରସ୍କାର ବିତରଣ ଉତ୍ସବରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଶ୍ରେଷ୍ଠ ଷ୍ଟାଇଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ସିଦ୍ଧାର୍ଥ ଏହି ପୁରସ୍କାରକୁ ତାଙ୍କ ପତ୍ନୀ କିଆରାଙ୍କୁ ଡେଡ଼ିକେଟ୍ କରିଛନ୍ତି ।

ଶୁକ୍ରବାର ରାତିରେ ବଲିଉଡ ହଙ୍ଗାମା ଷ୍ଟାଇଲ୍ ଆଇକନ୍ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଅନେକ କଳାକାର ଯୋଗ ଦେଇଥିଲେ । ସମାରୋହରେ ଅଭିନେତା ସିଦ୍ଧାର୍ଥଙ୍କୁ ଶ୍ରେଷ୍ଠ ଷ୍ଟାଇଲ୍ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ପୁରସ୍କାର ଗ୍ରହଣ କରିବାବେଳେ ସିଦ୍ଧାର୍ଥ କହିଛନ୍ତି ଯେ, ବିବାହ ପରେ ଏହା ମୋର ଦ୍ୱିତୀୟ ପୁରସ୍କାର । ପ୍ରଥମଟି ମୁଁ ଶ୍ରେଷ୍ଠ ଅଭିନେତା ପାଇଁ ପାଇଥିବା ବେଳେ ଦ୍ୱିତୀୟଟି ଶ୍ରେଷ୍ଠ ଷ୍ଟାଇଲ୍ ପାଇଁ ପୁରସ୍କାର ପାଇଲି । ତେଣୁ ମୁଁ ଭାବୁଛି ମୋ ପତ୍ନୀ କିଆରା ବହୁତ ଖୁସି ହେବେ,କାରଣ ସେ ନିଜେ ଜଣେ ବହୁତ ଭଲ ଅଭିନେତ୍ରୀ ଏବଂ ବହୁତ ଷ୍ଟାଇଲିସ୍ । ବାକି ସେହି ଡିଜାଇନର ଯାହାଙ୍କ ନିକଟକୁ ମୁଁ ସୁନ୍ଦର ଦେଖାଯିବାକୁ ଯାଏ । ସେଥିଲାଗି ଏହି ପୁରସ୍କାରକୁ ମୁଁ କିଆରାଙ୍କୁ ଉତ୍ସର୍ଗ କରୁଛି ବୋଲି କହିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅଭିନେତ୍ରୀ କିଆରା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି – ମୁଁ ସିଦ୍ଧାର୍ଥଙ୍କୁ ଖୁବ୍ ଭଲ ପାଏ ।

Comments are closed.