Latest Odisha News

ଇସ୍ରୋକୁ ମିଳିଲା ପୁଣି ସଫଳତା: ମହାକାଶକୁ ପଠାଇଲା ୩୬ ସାଟେଲାଇଟ

ଶ୍ରିହରିକୋଟା:  ଇସ୍ରୋକୁ ମିଳିଲା ପୁଣି ଏକ ସଫଳତା । ଏକାସାଙ୍ଗରେ ମହାକାଶକୁ ପଠାଇଛି ୩୬ ସାଟେଲାଇଟ । ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩କୁ ସଫଳତାର ସହ ଉତକ୍ଷେପଣ କରିଛି । ଆଜି ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି ।

ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ  ଇସ୍ରୋ ଓ  ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ (ୱାନ୍ୱେବ୍ ଗ୍ରୁପ୍ କମ୍ପାନି) ସହ ଚୁକ୍ତି ସ୍ୱାକ୍ଷିରିତ ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ଏହି ୩୬ଟି ଉପଗ୍ରହ ମହାକାଶକୁ ଉତ୍ କ୍ଷେପଣ କରାଯାଉଛି। ଏଥିମଧ୍ୟରୁ ଏଲଭିଏମ୍୩ ରକେଟ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ଓଜନ ବିଶିଷ୍ଟ । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍୧ ସାଟେଲାଇଟକୁ ନେଇ ପୃଥ୍ୱିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ ।

ଏହା ପୂର୍ବରୁ ୨୦୨୨ ଅକ୍ଟୋବର ୨୩ରେ ୱାନ୍ ୱେବ୍ ଗ୍ରୁପ୍ କମ୍ପାନି ପାଇଁ ପ୍ରଥମ ୩୬ଟି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। ଏହି ଉତକ୍ଷେପଣ ପାଇଁ ଇସ୍ରୋକୁ ୧୦୦୦ କୋଟି ଟଙ୍କା ଶୁଳ୍କ ମିଳିଛି। ୱାନ୍‌ୱେବ୍‌ର ମହାକାଶ କକ୍ଷପଥରେ ୫୮୨ ଉପଗ୍ରହ ଥିବାବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି। ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Comments are closed.