ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିହାରୀ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଜି ଆଲୋଚନା କରିବା ।
ଦ୍ଵାରୀ ନାୟକ ପ୍ରତିହାରୀ :-ପ୍ରଭୃଙ୍କର ପ୍ରତ୍ୟେକ ଭୋଗ ପରେ ଓ ପୂଜା ଶେଷରେ ମଣୋହି ନିମନ୍ତେ ଟେରା ପକାନ୍ତି ଓ ଶେଷରେ ଦ୍ୱାର ଫିଟାନ୍ତି। ଟେରା ହେଉଛି ଏକ କନାର ପରଦା ।
ଜୟ ବିଜୟ ଦ୍ୱାର ପ୍ରତିହାରୀ :-ନାମ କରଣ ରୁ ଜାଣି ହେଉଛି ଏମାନେ ସର୍ବଦା ଜୟ ବିଜୟ ଦ୍ୱାର ଜଗିଥାନ୍ତି।
ନିଷିଦ୍ଧ ସମୟରେ ଅବା ଶ୍ରୀଜୀଉମାନଙ୍କ ପହୁଡ଼ ସମୟରେ ଦର୍ଶନlର୍ଥୀମାନଙ୍କୁ ଅଟକାଇଥାନ୍ତି। ଏହି ପ୍ରତିହାରୀ ସେବକମାନଙ୍କୁ ଗୋଛିକାର କୁହାଯାଏ ଏବଂ ଏହି ଦ୍ୱାର ପ୍ରତିହାରୀ ସେବା କେବଳ ଗୋଛିକାର ମଧ୍ୟରେ ହୋଇଥାଏ। ଏହା ବଂଶାନୁକ୍ରମିକ ସେବା ।
ଭୋଗ ମଣ୍ଡପ ପ୍ରତିହାରୀ :-ଭୋଗ ମଣ୍ଡପରେ ରହି ଶୋଧ କରିବା, ଦ୍ୱାର ବନ୍ଦ କରିବା, ସୁଆରବଡୁ ଅମୋଣିଆ ପାଣି ପକାଇଵା ପରେ, ସେ ସ୍ଥାନକୁ ଜଗି ରହିବା, ଟେରା ପକାଇବା ବା ବାନ୍ଧିବା ଆଦି ସେବା ଏହି ପ୍ରତିହାରୀ ମାନେ ବଂଶାନୁକ୍ରମିକ ଭାବେ କରନ୍ତି ।
ଦ୍ୱାର ଘର ପ୍ରତିହାରୀ :-ଏମାନେ ମୁଖ୍ୟତଃ ସାହାଣ ମେଲା ସମୟରେ ଯାତ୍ରାମାନଙ୍କୁ ନିୟନ୍ତ୍ରଣ କରନ୍ତି, ଶୃଙ୍ଖଳା ରକ୍ଷା କରି ଦର୍ଶନ କରାନ୍ତି ସ୍ୱତନ୍ତ୍ର ଭାବେ ପ୍ରତିହାରୀ ନିଯୋଗ ଦ୍ୱାରା ଏମାନେ ନିଯୁକ୍ତ ହୁଅନ୍ତି।
ସିଂହଦ୍ୱାର ପ୍ରତିହାରୀ :- ବର୍ଷର ସବୁ ସମୟରେ ସିଂହଦ୍ୱାରରେ ଓ ଗୁଣ୍ଡିଚା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ, ରଥ ଉପରେ, ସେବା ଦିଅନ୍ତି। ଏପରିକି ଦୋଳ ପୂର୍ଣ୍ଣମୀରେ ଦୋଳ ବେଦୀରେ ଓ ସ୍ନାନ ପୁର୍ଣିମାରେ ସ୍ନାନ ବେଦୀ ଉପରେ ଜଗି ରହିବା ସେବା ଏହି ପ୍ରତିହାରୀ ସେବକମାନେ ବଂଶାନୁକ୍ରମିକ ଭାବେ କରିଥାନ୍ତି।
ମୋଟା ମୋଟି ଭାବେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଶୃଙ୍ଖଳା ଓ ଜଗିବା କାର୍ଯ୍ୟ ଏହି ବିଭିନ୍ନ ପ୍ରତିହାରୀ ସେବକମାନେ କରିଥାନ୍ତି। ଏହା ଏକ ପ୍ରାଚୀନ ସେବା ଅଧିକାର ଓ ନିତାନ୍ତ ପ୍ରୟୋଜନୀୟ ଆଗାମୀ ଅଧ୍ୟାୟମାନଙ୍କରେ ଏଭଳି ପ୍ରଧାନ ସେବାକାର୍ଯ୍ୟରେ ନିୟୋଜିତ ସେବକମାନଙ୍କ ବିଷୟରେ ଜାଣିବା ବର୍ତମାନ ସମୟ ଆରାଧନା ଓ ଭାଗବତ ପଠନ ପାଇଁ ନିୟୋଜିତ ।
“ଅନନ୍ତ ମହିମା ତୋହର
ସର୍ବଜ୍ଞ ଜଗତ ଈଶ୍ୱର ।
ଯେଣୁ ତୁ ଅଷ୍ଠନିଧିଧାରୀ
ତେଣୁ ତୁ ସର୍ବ ଅଧିକାରୀ ।
ଅକୁଣ୍ଠ ଵିକୁଣ୍ଠ ମହିମା
ବେଦ ନଜାଣେ ତୋର ସୀମା ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.