Latest Odisha News

BREAKING NEWS

ବଢ଼ିଲା ଅଭିନେତ୍ରୀ ତାପସୀଙ୍କ ଅଡୁଆ

ମୁମ୍ବାଇ: ଅଙ୍ଗ ପ୍ରଦର୍ଶନ ପୋଷାକ ସହ ମାଆ ଲକ୍ଷ୍ମୀଙ୍କ ଲକେଟ ପିନ୍ଧିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଡୁଆ ବଢ଼ାଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରିପୁରା ପୋଲିସ ଥାନାରେ ଏ ନେଇ ତାଙ୍କ ବିରୋଧରେ ହିନ୍ଦୁ ରକ୍ଷକ ସଂଗଠନ ମୋକଦ୍ଦମା ରୁଜୁ କରିଛି । ଏହାର ସଂଯୋଗକ ଏକଲବ୍ୟ ଗୌଡ ଏହି ଅଭିଯୋଗ କରିଛନ୍ତି । ହିନ୍ଦୁ ଦେବ ଦେବୀଙ୍କୁ ଅପମାନିତ କରିବା ସହ ଅଶ୍ଳୀଳତାର ପ୍ରଚାର କରାଯାଉଛି ବୋଲି ଉକ୍ତ ଅଭିଯୋଗରେ ଦର୍ଶାଯାଇଛି । ନିକଟରେ ତାପସୀ ଏକ ର‌୍ୟାମ୍ପ ଶୋରେ ଅଙ୍ଗ ପ୍ରଦର୍ଶନ କରୁଥିବା ପୋଷାକ ସହ ଲକ୍ଷ୍ମୀଙ୍କର ଏକ ଲକେଟ ପିନ୍ଧିଥିଲେ । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି ।

ପୋଲିସଙ୍କ କହିବା ଅନୁସାରେ ତାପସୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଉଛି । ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରାଯାଇ ନାହିଁ । ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ତାପସୀଙ୍କ ପକ୍ଷରୁ ଏହି ବିବାଦ ନେଇ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.