Latest Odisha News

BREAKING NEWS

ଖରାପ ମାନର ଔଷଧ, ଲାଇସେନ୍ସ ହରାଇବେ ୧୮ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ: ୧୮ଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଔଷଧ ଉତ୍ପାଦନ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବା ସହ ଲାଇସେନ୍ସକୁ ବାତିଲ୍ କରାଯାଇଛି । ୨୬ଟି ଫାର୍ମା କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଆଧାରରେ ଏନଡିଟିଭି ପ୍ରକାଶ କରିଥିବା ଖବର ଅନୁସାରେ, ଭାରତରେ ପ୍ରସ୍ତୁତ ଔଷଧ ବିଦେଶରେ ବ୍ୟବହାର ଓ ତାକୁ ନେଇ ନିକଟରେ ଆସିଥିବା ଅଭିଯୋଗ ଆଧାରରେ ଫାର୍ମା କମ୍ପାନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

୧୪ ଦିନିଆ ଅଭିଯାନ ପରେ ଡିସିଜିଆଇଙ୍କ ପକ୍ଷରୁ ଅଚାନକ ବିଭିନ୍ନ ଫାର୍ମା କମ୍ପାନୀ ପରିଦର୍ଶନ କରାଯାଇଥିଲା । ୨୦ ରାଜ୍ୟରେ ଥିବା ୭୬ଟି ଫାର୍ମା କମ୍ପାନୀର ଔଷଧ ଉତ୍ପାଦନ ୟୁନିଟକୁ ଅଚାନକ ପରିଦର୍ଶନ କରିଥିଲେ ଡିସିଜିଆଇ ଟିମ୍ ।

ଗତ ମାସରେ, ଗୁଜରାଟର ଜାଇଡସ୍ ଲାଇଫସାଇନ୍ସ ଆମେରିକାରୁ ୫୫ ହଜାରରୁ ଅଧିକ ଜେନେରିକ ମେଡିସିନ୍ ଫେରାଇ ଆଣିଥିଲା । ଆଉ ଉକ୍ତ ଔଷଧ ଶୁଦ୍ଧତା ପରୀକ୍ଷାରେ ବିଫଳ ହୋଇଥିଲା । ସେହିଭଳି ଗତବର୍ଷ ଉଜବେକିସ୍ତାନରେ ୧୮ ଛୁଆଙ୍କ ମୃତ୍ୟୁ ନେଇ ଅଭିଯୋଗ ପରେ ଏକ ଫାର୍ମା କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।

ମାରିଅନ୍ ବାଓଟେକର ୨୨ଟି ଉତ୍ପାଦ ମାନ ପୂରଣ କରୁ ନଥିବା ଫେବ୍ରୁଆରୀରେ ପରୀକ୍ଷା ବେଳେ ପାଇଥିଲେ କେନ୍ଦ୍ର ଓ ୟୁପି ସରକାରଙ୍କ କର୍ତ୍ତୃପକ୍ଷ । ଆମେରିକାର ଅଭିଯୋଗ ପରେ ଚେନ୍ନାଇର ଏକ ଆଖି ଔଷଧ ଉତ୍ପାଦନକାରୀ କମ୍ପାନୀ ଉତ୍ପାଦନକୁ ବନ୍ଦ କରିଥିଲା ।

Leave A Reply

Your email address will not be published.