Latest Odisha News

BREAKING NEWS

ପ୍ରତିଦିନ ମୁଣ୍ଡ ବିନ୍ଧୁଥିଲେ ହୋଇ ଯାଆନ୍ତୁ ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଭୁବନେଶ୍ୱର: ଏବେ ପ୍ରାୟତଃ ପିଲା ଠୁ ବୃଦ୍ଧ ଯାଏଁ ସମସ୍ତଙ୍କର ମୁଣ୍ଡବିନ୍ଧା ହୋଇଥାଏ । କାମରେ ବ୍ୟସ୍ତ ରହି ମୁଣ୍ଡବିନ୍ଧାକୁ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରାୟତଃ ଲୋକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି । କାମ ପ୍ରେସର, ଥଣ୍ଡା, ଚିନ୍ତା କରିବା ଦ୍ୱାରା ,ଏପରି ବିଭିନ୍ନ କାରଣ ରହିଛି ଯାହା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । କିନ୍ତୁ ମୁଣ୍ଡ ବିନ୍ଧା ମଧ୍ୟ ଅନ୍ୟ କିଛି ରୋଗର ଲକ୍ଷଣ ମଧ୍ୟ କହିଥାଏ । ମୁଣ୍ଡବିନ୍ଧା ହେଉଥିଲେ କେଉଁ କେଉଁ ସମସ୍ୟା ହୋଇଥାଇପାରେ ଆସନ୍ତୁ ଜାଣିବା..

ପ୍ରତିଦିନ ମୁଣ୍ଡବିନ୍ଧା ହେଉଥିଲେ ଏହା ଏସିଡ଼ିଟିର କାରଣ ହୋଇଥାଏ । ମୁଣ୍ଡ ବିନ୍ଧା ପରେ ବାନ୍ତି ଲାଗିବା ଏବଂ ଖାଇବାକୁ ଇଚ୍ଛା ନହେବା ଏହା ଏସିଡ଼ିଟି ଭଳି ସମସ୍ୟା ହୋଇଥାଏ ।

ମୁଣ୍ଡବିନ୍ଧା ହେବା ପରେ ଯଦି ବିନା ଔଷଧରେ କମେ ନାହିଁ ଏହା ମାଇଗ୍ରେନର ଳକ୍ଷଣ ହୋଇଥାଇପାରେ ।

ଆମ ଶରୀରରେ ଜଳୀୟଅଂଶ କମ ହୋଇଗଲେ ମୁଣ୍ଡବିନ୍ଧା ହୋଇଥାଏ । ତେଣୁ ସବୁଦିନ ପାଣି ଅଧିକରୁ ଅଧିକ ପିଅନ୍ତୁ, ଏହା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ଦେଇଥାଏ ।

ପ୍ରବଳ ଜୋର ସେ ମୁଣ୍ଡ ବିନ୍ଧା ହେଉଥିଲେ ଏହା ଷ୍ଟ୍ରୋକର ପୂର୍ବ ଅବସ୍ଥା ମଧ୍ୟ ହୋଇଥାଇ ପାରେ । ଯଦି ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ ତେବେ ସେତେବେଳେ ଷ୍ଟ୍ରୋକ୍ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।

Leave A Reply

Your email address will not be published.