Latest Odisha News

BREAKING NEWS

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ

ନ୍ୟୁୟର୍କ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଗିରଫ ହୋଇଛନ୍ତି। ଗିରଫ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଅପରାଧିକ ମାମଲାରେ ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଥିବା ଅଭିଯୋଗ ରହିଛି।

ପର୍ଣ୍ଣ ଷ୍ଚାର ଦାବି କରିଛନ୍ତି ଯେ ଟ୍ରମ୍ପଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଛି। ଏହି ପ୍ରସଙ୍ଗରେ ମୁହଁ ବନ୍ଦ ରଖିବା ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ନ୍ୟୁୟର୍କରେ ଟ୍ରମ୍ପଙ୍କ କୋର୍ଟରେ ହାଜର ହେବା ନେଇ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରମ୍ପଙ୍କ ସମର୍ଥକ ରାଜରାସ୍ତାକୁ ପଳାଇ ଆସିଥିବାରୁ ୩୫ ହଜାର ଯବାନଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରଖାଯାଇଛି।ଟ୍ରମ୍ପ ଜଣେ ଅଭିଯୁକ୍ତ ଭାବରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ତେବେ ଗିରଫ ପରେ ତାଙ୍କ ହାତରେ ହାତକଡି ପଡ଼ିବ ନାହିଁ ବୋଲି ସୂଚନା ରହିଛି। ଏହି ଘଟଣା ଉପରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନଜର ରହିଛି। ହ୍ୱାଇଟ୍ ହାଉସ ପକ୍ଷରୁ ଏହି ସୂଚନା ମିଳିଛି।

ବିଚାରପତିଙ୍କ ସମ୍ମୁଖରେ ସେ ହାଜର ହେବା ପୂର୍ବରୁ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ଏହା ଘଟୁଛି ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି। ତାଙ୍କୁ ଗିରଫ କରାଯାଉଛି ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି। ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ବିଚାରପତିଙ୍କ ନିକଟରେ ହାଜର ହେବା ପୂର୍ବରୁ ତାଙ୍କର ଫିଙ୍ଗର ପ୍ରିଣ୍ଟ ନିଆଯାଇଛି। କୋର୍ଟରେ ହାଜର ହେବା ପାଇଁ ଗତକାଲି ଟ୍ରମ୍ପ ନ୍ୟୁୟର୍କରେ ପହଞ୍ଚିଥିଲେ।

Comments are closed.