Latest Odisha News

BREAKING NEWS

‘ନେତାଙ୍କ ପାଇଁ ହୋଇ ପାରିବନି ଅଲଗା ଆଇନ୍’, ଇଡି-ସିବିଆଇ ବିରୋଧରେ ବିରୋଧୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କୁ ଝଟକା । ଇଡି, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର କେନ୍ଦ୍ର ସରକାର ଦୁରୁପଯୋଗ କରୁଥିବା ନେଇ ବିରୋଧୀ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁଣାଣି ପାଇଁ ବିରୋଧୀ ଦଳ ଗୁଡ଼ିକ କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ସଂସ୍ଥା ଇଡି ଓ ସିବିଆଇର ରେଡକୁ ଉଦ୍ଦେଶ୍ୟ ପ୍ରଣୋଦିତ କହି ୧୪ ଗୋଟି ବିରୋଧୀ ଦଳ ସୁପ୍ରିମକୋର୍ଟ ଯାଇଥିଲେ । ଯେଉଁ ଆବେଦନରେ କୁହା ଯାଇଥିଲା, ତଦନ୍ତକାରୀ ସଂସ୍ଥାଗୁଡ଼଼ିକୁ କେନ୍ଦ୍ର ସରକାର ବିରୋଧୀ ଦଳ ନେତାଙ୍କ ବିରୋଧରେ ବ୍ୟବହାର କରୁଛନ୍ତି । ତୁରନ୍ତ ଏହାକୁ ବନ୍ଦ କରିବାକୁ ବିରୋଧୀ ଦାବି କରିଥିଲେ । କିନ୍ତୁ ଉକ୍ତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଦେଶରେ ନେତାଙ୍କ ଲାଗି ଅଲଗାଇ ନିୟମ ହୋଇ ପାରିବ ନାହିଁ । ତେଣୁ ଏହି ଆବେଦନ ଉପରେ ଶୁଣାଣି ସମ୍ଭବ ନୁହେଁ । ବିରୋଧୀ ଦଳ ପକ୍ଷରୁ ଅଭିଷେକ ମନୁ ସିଂଘବୀ କହିଛନ୍ତି, ତଥ୍ୟ କହୁଛି ୮୮୫ଟି ଅଭିଯୋଗ ହୋଇଥିବା ବେଳେ ମାତ୍ର ୨୩ଟିରେ ଦଣ୍ଡାଦେଶ ହୋଇଛି ।

ଯାହାକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଏହା ଜଣେ କି ଦୁଇ ଜଣ ପୀଡ଼ିତଙ୍କ ଆବେଦନ ନୁହେଁ । ଏହା ୧୪ଟି ରାଜନୈତିକ ଦଳର ଆବେଦନ । କଣ ଆମେ କିଛି ସଂଖ୍ୟାକୁ ନେଇ କହି ପାରିବା ତଦନ୍ତ ହେବା ଉଚିତ୍ ନୁହେଁ ? ରାଜନେତା ବି ଦେଶର ନାଗରିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.