Latest Odisha News

BREAKING NEWS

ଅରୁଣାଚଳର ୧୧ ଜାଗାର ନାମ ପରିବର୍ତ୍ତନ ପରେ ଚୀନ ଉପରେ ବର୍ଷିଲା ଆମେରିକା

ନ୍ୟୁୟର୍କ:   ଅରୁଣାଚଳ ପ୍ରଦେଶର ୧୧ଟି ଜାଗାର ନାଁ ଚୀନ ବଦଳାଇବା ଘଟଣାକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା । ଚୀନର ଏପରି ବେଆଇନ କାମକୁ ଆମେରିକା ଖୋଲାଖୋଲି ଆଲୋଚନା କରି କହିଛି, ଚୀନ ଭାରତ ଅଧିକୃତ ଅଞ୍ଚଳର ଇଲାକାର ଏପରି ନାମକରଣ କରିବା ଏବଂ ଏହାକୁ ନିଜର ବୋଲି ଦାବି କରିବା ଘଟଣାକୁ ସେ ବିରୋଧ କରେ ।

ହ୍ୱାଇଟ ହାଉସର ପ୍ରେସ ସଚିବ କାରାଇନ ଜିନ ପିୟରେ  କହିଛନ୍ତି, ଏହା ଭାରତ ଅଧିକୃତ ଅଞ୍ଚଳକୁ ନିଜର ବୋଲି  ଚୀନ କରିବାର ଆଉ ଏକ ପ୍ରୟାସ । ଦୀର୍ଘବର୍ଷ ଧରି ଏହି ଅଞ୍ଚଳ ଭାରତ ଅଧୀନରେ ରହିଆସିଛି ଏବଂ ଆମେରିକା ଏହାକୁ ମାନ୍ୟତା ଦେଇଛି ।ହେଲେ ଚୀନ ଏହାର ନାଁ ବଦଳାଇ ନିଜର ବୋଲି ଦାବି କରୁଛି ।  ଚୀନର ଏପରି ଆଭିମୁଖ୍ୟକୁ ଆମେରିକା କଡା ବିରୋଧ କରେ ।

ଚୀନ ଅରୁଣାଚଳ ପ୍ରଦେଶର ନାମ ବଦଳାଇବା ଘଟଣା ସାମ୍ନାକୁ ଆସିବା ପରେ ଆମେରିକା ପକ୍ଷରୁ ଏପରି ବୟାନ ଦିଆଯାଇଛି । ଚୀନ ତିବ୍ବତର ଦକ୍ଷିଣ ଭାଗ ଜଙ୍ଗନାନ ନାମରେ ସନ୍ଦର୍ଭିତ କରିଛି । ଗ୍ଲୋବାଲ ଟଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ କ୍ୟାବିନେଟ ଦ୍ୱାରା ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ଚୀନୀ ଅକ୍ଷର, ତିବ୍ବତୀ ଏବଂ ପିନୟିନ ଭାଷରେ ଲେଖା ଯାଇଛି ।

ଏହି ସମସ୍ତ ଅଞ୍ଚଳ ଚୀନର ଦକ୍ଷିଣରେ ଅବସ୍ଥିତ ସିଜିୟାଙ୍ଗରେ ଆସେ । ଏଥିରେ ୪ଟି ଅଞ୍ଚଳରେ ଜନବସତି ରହିଥିବା ବେଳେ ଗୋଟିଏ ସ୍ଥାନ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରର ଅତି ନିକଟରେ । ୫ଟି ପାହାଡ଼ିଆ ଅଞ୍ଚଳ ଓ ୨ଟି ନଦୀ ଅଞ୍ଚଳର ନାଁ ବଦଳାଇଛି ଚୀନ । ଏସବୁ ଅଞ୍ଚଳର ନାଁ ଚୀନ ତିବ୍ବତି ଭାଷାରେ ନାମିତ କରିଛି ।

ଚୀନର ଏଭଳି କାରନାମାକୁ ନେଇ ବିରୋଧୀ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ୨୦୨୦ ଜୁନରୁ ପ୍ରଧାନମନ୍ତ୍ରୀ ଚୀନକୁ କ୍ଲିନଚିଟ୍ ଦେଇ ଦେଇଥିଲେ । ଏବେ ଆମକୁ ସେ ସବୁର ମୂଲ୍ୟ ଦେବାକୁ ପଡ଼ୁଛି ।

Leave A Reply

Your email address will not be published.