ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଏକଦା ଜୈନିକ ସେଠଙ୍କ ଘରକୁ ଜଣେ ସାଧୁ ଆସିଥିଲେ । ସେଠ୍ ତାଙ୍କର ଆତିଥ୍ୟ ଏବଂ ସେବା କରିଥିଲେ । ତାଙ୍କ ସେବାରେ ସନ୍ତୁଷ୍ଟ ହୋଇ ସାଧୁ କହିଥିଲେ- ଯଦି ଆପଣ ଚାହାଁନ୍ତି… ମୁଁ ଆପଣଙ୍କୁ ଭଗବାନଙ୍କ ସହିତ ପରିଚିତ କରାଇଦେବି ।
ସେଠ୍ କହିଲେ – ପ୍ରଭୁ! ମୁଁ ଭଗବାନଙ୍କୁ ଭେଟିବାକୁ ଇଛା କରେ, କିନ୍ତୁ ବର୍ତ୍ତମାନ ମୋ ପୁଅ ଛୋଟ ଅଛି । ସେ ବଡ ହୋଇଯାଉ, ତା’ପରେ ମୁଁ ଯିବି । ବହୁତ ଦିନ ପରେ ସାଧୁ ପୁନର୍ବାର
ଆସିଲେ । କହିଲେ- ବର୍ତ୍ତମାନ ତୁମର ପୁଅ ବଡ଼ ହୋଇଗଲା, ଏବେ ଚାଲ ଯିବା । ସେଠ୍ କହିଲେ- ପୁଅର ବିବାହ ଠିକ୍ ହୋଇଛି, ତେଣୁ ମୁଁ ବ୍ୟସ୍ତ ଅଛି । ସାଧୁ ତିନି ବର୍ଷ ପରେ ପୁଣି ଆସିଲେ । ବୋହୁ ସେତେବେଳେ ପ୍ରାଙ୍ଗଣରେ ବୁଲୁଥିଲା । ସାଧୁ କହିଲେ- ସେଠ୍ ଜୀ, ଚାଲ ଏବେ ଯିବା । ସେଠ୍ କହିଲେ- ମହାରାଜ ମୋ ବୋହୁ ସନ୍ତାନ ଜନ୍ମ କରିବାକୁ ଯାଉଛି । ମୋର ଇଚ୍ଛା ଅଛି, ନାତିର ମୁହଁ ଦେଖି ଚାଲିଯିବି । ସାଧୁ ପୁନର୍ବାର ଆସିବା ବେଳକୁ ସେଠ୍ ଆରପାରିକୁ ଚାଲି ଯାଇଥିଲେ । ସାଧୁ ଦେଖିଲେ ଯେ, ବଳଦଟି ଶଗଡରେ ସାମଗ୍ରୀ ନେଇ ଯାଉଅଛି । ସାଧୁ ବଳଦଟିର କାନରେ କହିଲେ- ବର୍ତ୍ତମାନ ତୁମେ ବଳଦ ହୋଇ ପୁର୍ନଜନ୍ମ ଲାଭକଲ । ତଥାପି ଚାଲ ମୁଁ ଭଗବାନଙ୍କ ସାଥିରେ ତୁମକୁ ଭେଟ କରାଇଦେବି ।
ବଳଦଟି କହିଲା – ମୁଁ ଦୋକାନୀ ପାଇଁ ବହୁତ କାମ କରେ । ଯଦି ମୁଁ ରହେ ନାହିଁ, ତା’ହେଲେ ତାଙ୍କର ପୁଅ ଅନ୍ୟ ବଳଦ ରଖିବ । ସେ ଅଧିକ ଖାଇବ ଏବଂ କମ୍ କାମ କରିବ । ଏହା ଦ୍ୱାରା ମାଲିକର କ୍ଷତି ହେବ । ସାଧୁ ପୁନର୍ବାର ଆସିଲା ବେଳକୁ ବଳଦଟି ମରି ଯାଇଥିଲା । ସାଧୁ ଦେଖିଲେ- କୁକୁରଟିଏ କବାଟ ପାଖରେ ବସିଛି । ସାଧୁ କୁକୁରକୁ କହିଲେ- ବର୍ତ୍ତମାନ ତୁମେ କୁକୁର ହୋଇଗଲ । ଏବେ ଚାଲ ଭଗବାନଙ୍କୁ ଭେଟିବା । କୁକୁର କହିଲା- ମହାଶୟ! ତୁମେ ଦେଖୁନାହଁ, ମୋ ବୋହୁ କେତେ ସୁନା ପିନ୍ଧିଛି । ଯଦି ଚୋର ଆସେ, ମୁଁ ଭୁକିବି ସେ ପଳାଇ ଯିବ । ମୋ ବିନା ତାକୁ କିଏ ସୁରକ୍ଷା ଦେବ? ସାଧୁ ଚାଲିଗଲେ ପରବର୍ତ୍ତୀ ସମୟରେ କୁକୁରଟି ମଧ୍ୟ ମରିଗଲା । କିଛି ଦିନ ପରେ ସେଠ୍ ବେଙ୍ଗଟିଏ ଦେଖିଲେ । ସାଧୁ ବହୁତ ଦୟା ଅନୁଭବ କଲେ ।
କହିଲେ- ସେଠ୍ ଜୀ, ବର୍ତ୍ତମାନ ତୁମେ ଆହୁରି ଦୁଃଖୀ ହୋଇଗଲ । ବେଙ୍ଗ କ୍ରୋଧରେ କହିଲା- ହେ ପ୍ରଭୁ! ମୋର ନାତି ନାତୁଣୀମାନଙ୍କୁ ଦେଖି ମୁଁ ଖୁସି । ଦୁନିଆରେ ଅନେକ ଲୋକ
ଆପଣ ସେମାନଙ୍କୁ ଭଗବାନଙ୍କ ସହିତ ପରିଚିତ କରାଇ ଦିଅନ୍ତୁ । ଆପଣଙ୍କୁ ଏ ଅବସ୍ଥାରେ ଦେଖି, ମୁଁ ବହୁତ ଦୁଖିତ । ସାଧୁମାନେ ଦୟାଳୁ । ସେମାନେ ବାରମ୍ବାର ଚେଷ୍ଟା କରନ୍ତି । କିନ୍ତୁ ସେଠ୍ ଙ୍କ ପରି ଜଗତର ଲୋକମାନେ ଈଶ୍ୱରଙ୍କୁ ଭେଟିବା ପାଇଁ ଇଛା କରନ୍ତି ନାହିଁ । ସେମାନେ ମୋହ ମାୟାରେ ଅନ୍ଧ ହୋଇ ଭଗବାନଙ୍କ ସତ୍ତାକୁ ଭୁଲି ଯାଆନ୍ତି ।
Comments are closed.