ଭୁବନେଶ୍ୱର: ବାଲିଅନ୍ତା ହିଂସା ମାମଲାରେ ଏବେ ଆଉ ଏକ ନୂଆ ମୋଡ଼ ଆସିଛି। ମୃତ GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପରିବାର ପକ୍ଷରୁ ବରିଷ୍ଠ IPS ଅଧିକାରୀ ଏଡିଜି ଗଙ୍ଗୱାରଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ବ୍ୟକ୍ତିଗତ କାମ କରାଇବା ଅଭିଯୋଗ ଆସିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।
ରିପୋର୍ଟ ଅନୁସାରେ, ADG ଦୟାଲ ଗଙ୍ଗୱାର ଏହି ମାମଲାରେ ଜାତୀୟ ମାନବାଧିକାର ଆୟୋଗ, NHRC ଆଗରେ ହାଜର ହୋଇ ନିଜ ବୟାନ ରେକର୍ଡ କରାଇଛନ୍ତି। ସୌମ୍ୟଙ୍କ ପରିବାରର ଅଭିଯୋଗ, ତାଙ୍କୁ ଅଫିସିଆଲ୍ କାମ ବାହାରେ ଜିମ୍ ସେଣ୍ଟର ଦେଖାଶୁଣା ଭଳି ବ୍ୟକ୍ତିଗତ କାମ କରାଯାଉଥିଲା। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ।
ତେବେ ଏହି ସବୁ ଅଭିଯୋଗ ଏପର୍ଯ୍ୟନ୍ତ ତଦନ୍ତାଧୀନ ରହିଛି। NHRC ଓ ତଦନ୍ତକାରୀ ସଂସ୍ଥା ଘଟଣାର ସମସ୍ତ ପାଟିକୁ ଯାଞ୍ଚ କରୁଛନ୍ତି। ପରିବାର ପକ୍ଷରୁ ଏହାକୁ ପୂର୍ବ ଯୋଜିତ ଷଡ଼ଯନ୍ତ୍ର ବୋଲି ମଧ୍ୟ ଦାବି କରାଯାଇଛି।
ସୌମ୍ୟରଞ୍ଜନଙ୍କୁ ଗତ ମାସରେ ବାଲିଅନ୍ତା ଅଞ୍ଚଳରେ ଏକ ଉତ୍ତେଜିତ ଭିଡ଼ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ଏବଂ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଏବେ ସମସ୍ତଙ୍କ ନଜର NHRC ଓ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରହିଛି।