Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ଈଶ୍ୱରଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ କେବଳ ବଞ୍ଚି ରହିଲେ । ନିଜର ପରିଚୟ ନିଜେ ଲିଭାଇ ଦଲେ । ସମୟର କଷଟୀରେ ନିକଷିତ ହୋଇ ସେ ହଜାଇଦେଲେ ନିଜର ଅସଲ ଅସ୍ଥିତ୍ୱ । ପଦ୍ମିନୀ ଧରିନେଲା ସେ ଜଣେ ବାସ୍ତୁହରା ମଣିଷ ।

ଗତକାଲି କିନ୍ତୁ ଜ୍ୱରର ପ୍ରକୋପରେ ମୁହ୍ୟମାନ ଅବସ୍ଥାରେ ଉପନୀତ ସରୋଜଙ୍କ ମୁହଁରୁ ‘ସୁଜାତା’ ନାମ ଶୁଣି ପଦ୍ମିନୀ ମନରେ ଭାବାନ୍ତର ଜାଗିଥିଲି । ଆଜି ସେ ସୁସ୍ଥ ଅନୁଭବ କରିବା ଦେଖି ତାଙ୍କୁ ସୁଜାତା ବିଷୟରେ ପୁଣିଥରେ ପଚାରିଥିଲା । କି ଏକ ଆବେଗରେ ସରୋଜ ନିକଟ ଅତୀତର ସେଇ ବିଡ଼ମ୍ବିତ ରାତିର ଘୋଡ଼ଣିକୁ ଅପସାରିତ କରିଥିଲେ ।

ଏ ଭିତରେ ଅନେକ ସମୟ ଅତିକ୍ରାନ୍ତ ହେଲାଣି । ପଦ୍ମିନୀ ଉଠିଲା । ସରୋଜଙ୍କୁ ଔଷଧ ଦେବା ପାଇଁ । ହଠାତ୍ ବାହାର ଦରଜା ଧୀରେ ଅପସାରଣ ହେବା ଦେଖି ସେ ଅଟକିଗଲା ।

ମୀନାକ୍ଷି ପରଦା ଆଡ଼େଇ ଭିତରକୁ ଆସୁଛି ।

ପଦ୍ମିନୀ କିଛି କହିବା ପୂର୍ବରୁ ମୀନାକ୍ଷି ଧୀର ସ୍ୱର ନେଇ କହିଲା- ସେଦିନ ଏଇ ଘରେ ବସି ତୋ’ର ଅନ୍ଧାର ଜୀବନୀ ଶୁଣି ତାକୁ ପୁଣି ଆଲୋକିତ କରିବାପାଇଁ ମନେମନେ ମୁଁ ପ୍ରତିଜ୍ଞା କରିଥିଲି । ଆଜି ମୁଁ ତାକୁ ପାଳନ କରିଛି ମୀନି…. ମତେ ଭୁଲ ବୁଝିବୁନି ।

ମୀନାକ୍ଷିର ସ୍ୱର କରୁଣ ହୋଇଉଠିଲା ।
– କ’ଣ କହିବାକୁ ଚାହୁଁ… କ’ଣ କଲୁ ତୁ…. ମୀନା ?
ପଦ୍ମିନୀର ଭ୍ରୂ ବିସ୍ମୟରେ କୁଞ୍ଚିତ ହୋଇଉଠିଲା । … ଓଠ ଦୁଇଟି ଥରିବାକୁ ଲାଗିଲା ।

ମୀନାକ୍ଷିର କଣ୍ଠ ଦୃଢ଼ ଥିଲା । ତା’ ଆତ୍ମାର ବିଜୟିନୀ ରୂପ ତାକୁ କଠୋର କରିଦେଇଥିଲା । କହିଲା- ମୁଁ ଭୁଲ କରିନି ପଦ୍ମିନୀ, କରି ଥିବା ଭୁଲକୁ ସଂଶୋଧନ କରିଛି । ଚନ୍ଦ୍ରଭାନୁଙ୍କୁ ମୁଁ ଡାଇଭୋର୍ସ ଦେଇଛି… ।

ପଦ୍ମିନୀ କିଛି କହିପାରିଲାନି ହଠାତ୍ । କେବଳ ହାଁ କରି ତାକୁ ବୋକା ଚାହାଁଣି ନେଇ ଚାହିଁ ରହିଲା ।

ମୀନାକ୍ଷି ପାଦେ ପାଦେ କରି ସରୋଜଙ୍କ ଶଯ୍ୟା ନିକଟକୁ ଗଲା । ସେତେବେଳଯାଏ ସେ ବି ବିସ୍ମୟରେ ବୁଡ଼ିରହି ଏଇ ପ୍ରଗଳ୍‌ଭା ନାରୀଟିର ଗୋଟିଏ ଗୋଟିଏ ଶବ୍ଦକୁ ଶୁଣୁଥିଲେ ।

ମୀନାକ୍ଷି ତାଙ୍କର ଦୁଇ ପାପୁଲିକୁ ନିଜର ମସୃଣ ଅଞ୍ଜଳିରେ ଧରି କୋହଭରା କଣ୍ଠରେ ଗୁଞ୍ଜରିଉଠିଲା । ସରୋଜ….. ।

– ଆପଣ…. !!!

Leave A Reply

Your email address will not be published.