Latest Odisha News

ସିଏନ୍‌ଜି ୮ ଓ ପିଏନ୍‌ଜି ୫ ଟଙ୍କା କମିଲା; ଆଜି ମଧ୍ୟ ରାତ୍ରୀରୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: ଆଦାନୀ ଟୋଟଲା ଗ୍ୟାସ୍ ଲିମିଟିଡେ(ଏଟିଜିଏଲ୍) ସିଏନ୍‌ଜି ଓ ପିଏନ୍‌ଜି ଦର କମାଇଛି। ସିଏନ୍‌ଜି ମୂଲ୍ୟ ଲିଟର ପ୍ରତି ୮.୧୩ ଟଙ୍କା ହ୍ରାସ କରାଯାଇଥିବା ବେଳେ ପିଏନ୍‌ଜି ଲିଟର ପ୍ରତି ୫.୬ ଟଙ୍କା କମିଛି। ଆଜି(ଏପ୍ରିଲ ୮) ମଧ୍ୟ ରାତ୍ରୀରୁ ଏହି ନୂଆ ମୂଲ୍ୟ ଲାଗୁ ହେବ।

ଗୁରୁବାର କେନ୍ଦ୍ର ସରକାର ଗ୍ୟାସ ମୂଲ୍ୟ ଉପରେ ନୂଆ ନିୟମ ଲାଗୁ କରିବା ପରେ ସିଏନ୍‌ଜି ଓ ପିଏନ୍‌ଜି ଦରରେ ହ୍ରାସ ହୋଇଛି। ନୂଆ ନିୟମରେ ବିଶ୍ୱ ସ୍ତରରେ ଅଶୋଧିତ ଗ୍ୟାସ୍ ସାମଗ୍ରୀ ମୂଲ୍ୟ ହ୍ରାସ ଓ ବୃଦ୍ଧି ସହ ଜଡିତ ରହିଛି।

ଦର ହ୍ରାସ କରିବା ପରେ ଏଜିଟିଏଲ୍‌ କହିଛି କେନ୍ଦ୍ର ସରକାରଙ୍କର ଆଡମିନିଷ୍ଟର ପ୍ରାଇସ୍‌ ମେକାନିଜମ (ଏପିଏମ୍‌)କୁ ମଞ୍ଜୁର ଦେବା ପରେ କମ୍ପାନୀ ତା ଗ୍ରାହକଙ୍କୁ ଏହାର ଲାଭ ଦେବାକୁ ଯାଇ ମୂଲ୍ୟ ହ୍ରାସ କରିଛି।

ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗ୍ୟାସ ଦର ସହ ନୂଆ ନିୟମ ଲାଗୁ ନେଇ ସୂଚନା ଦେଇଥିଲେ। ଏଣିକି ଆମେରିକା ଓ କାନାଡ଼ା ଭଳି ଦେଶରେ ଗ୍ୟାସ୍‌ର ମୂଲ୍ୟ ଅନୁସାରେ ନୁହେଁ ଅଶୋଧିତ ତୈଳର ମୂଲ୍ୟ ନେଇ ବାର୍ଷିକ ବଦଳରେ ଏଣିକି ପ୍ରତି ମାସରେ ନୂଆ ଗ୍ୟାସ୍ ଦର ନିର୍ଦ୍ଧାରଣ କରାଯିବ ବୋଲି କହିଥିଲେ। କେନ୍ଦ୍ରର ସରକାରଙ୍କ ଏହି ଘୋଷଣା ପରେ ଶୁକ୍ରବାର ଜିଏଆଇଏଲ୍ ସବ୍‌ସିଡାରୀ ମହାନଗର ଗ୍ୟାସ୍ ସିଏନ୍‌ଜି ଦରରେ ଲିଟର ପ୍ରତି ୮ ଟଙ୍କା ଓ ପିଏନ୍‌ଜି ଦରରେ ଲିଟର ପ୍ରତି ୫ ଟଙ୍କା ହ୍ରାସ ହେବ।

Comments are closed.