Latest Odisha News

BREAKING NEWS

ମାଛ ଧରୁଥିବା ବେଳେ ଡ଼ଙ୍ଗାରେ ଚାଲିଗଲା ପତିଙ୍କ ଜୀବନ, ସମୁଦ୍ରରେ ୭ଦିନ ମୃତଦେହକୁ ଧରି ବୁଲିଲେ ପତ୍ନୀ

ବ୍ରାଜିଲ: କୁହାଯାଏ, ବିବାହ ହେଉଛି ପବିତ୍ର ବନ୍ଧନ । ଏହା ସାତ ଜନ୍ମର ବନ୍ଧନ । ଉଭୟ ଉଭୟଙ୍କୁ ମରିବା ପର୍ଯ୍ୟନ୍ତ ଦୁଃଖସୁଖରେ ସାଙ୍ଗ ହୋଇ ରହିବାକୁ ଶପଥ ନେଇଥାନ୍ତି । କେବଳ ଭାରତୀୟ ସଂସ୍କୃତି ନୁହେଁ, ସବୁଠି ଏହି ମାନସିକତା । ବ୍ରାଜିଲର ଏମିତି ଜଣେ ମହିଳା ଯିଏକି ସମୁଦ୍ର ମଝିରେ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ୭ ଦିନ ଶାଗୁଣା ମୁହଁରୁ ସ୍ୱାମୀଙ୍କ ମୃତଦେହକୁ ରକ୍ଷା କରି ଚର୍ଚ୍ଚାକୁ ଆସିଛନ୍ତି ।

ବ୍ରାଜିଲରେ ରହୁଥିବା ୬୮ ବର୍ଷୀୟା ମାରିଆ ଏବଂ ତାଙ୍କ ସ୍ୱାମୀ ଜୋସେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ସମୁଦ୍ର ମଝିରେ ଡ଼ଙ୍ଗାରେ ହଠାତ ଜୋସେଙ୍କ ହୃଦଘାତରେ ମୃତ୍ୟୁ ହେଲା । ସ୍ୱାମୀଙ୍କ ମୃତ୍ୟୁ ପରେ ମାରିଆ କ’ଣ କରିବେ ଜାଣି ପାରିଲେ ନାହିଁ । ନିଜ ଆଖି ଆଗରେ ସ୍ୱାମୀଙ୍କୁ ହରାଇ ମାରିଆ ଏକୁଟିଆ ହୋଇଗଲେ । ଏତିକି ବେଳେ ତାଙ୍କ ଡ଼ଙ୍ଗାର ମୋଟର ବି ଅଚଳ ହୋଇଗଲା । ଯେଉଁଥିପାଇଁ ସେ ଆଉ କୂଳକୁ ଫେରି ପାରିଲେ ନାହିଁ । କେବଳ କାତ ମାରି କୂଳକୁ ଆସିବା ଏକମାତ୍ର ବିକଳ୍ପ ଥିଲା । ଏହି ସମୟରେ ମାରିଆଙ୍କୁ ଅନେକ ବିପଜ୍ଜନକ ପ୍ରାଣୀଙ୍କୁ ମଧ୍ୟ ସାମ୍ନା କରିବାକୁ ପଡିଲା । କିନ୍ତୁ ଶାଗୁଣାମାନେ ମାରିଆଙ୍କୁ ବେଶୀ ହଇରାଣ କଲେ । ମୃତଦେହକୁ ଶାଗୁଣାଙ୍କ କବଳରୁ ରକ୍ଷା କରିବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଲା । ଡ଼ଙ୍ଗାରେ କାତ ମାରିବା ସହ ସ୍ୱାମୀଙ୍କ ମୃତଦେହକୁ ରକ୍ଷା କରିବା କଷ୍ଟକର ହୋଇପଡ଼ିଲା । ଏହିପରି ଭାବେ ୭ ଦିନ ଧରି ସେ ଭୋକଉପାସରେ ମୃତଦେହକୁ ଧରି ଘୂରି ବୁଲିଲେ । ଭୋକ ବିକଳରେ କଞ୍ଚା ମାଛ ବି ଖାଇଗଲେ । ୭ଦିନ ପରେ ସେନା କର୍ମଚାରୀମାନେ ସମୁଦ୍ର ମଝିରୁ ମାରିଆ ଓ ଜୋସେଙ୍କ ମୃତଦେହକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ।

Comments are closed.