Latest Odisha News

ଥାଇଲାଣ୍ଡରେ ପ୍ରତ୍ୟାଶାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ, ଜିତିଲେ ୨ୟ ରୌପ୍ୟ

ଭୁବନେଶ୍ୱର: ବ୍ୟାଙ୍କକରେ ଚାଲିଥିବା ଥାଇଲାଣ୍ଡ ଏଜ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ଓଡିଶାର ପ୍ରତ୍ୟାଶା ରାୟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ଇଭେଂଟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ୨୦ ବର୍ଷୀୟା ଏହି ପ୍ରତିଭାବାନ ସନ୍ତରଣକାରୀ ୨୦୦ ମିଟର ବ୍ୟାକଷ୍ଟ୍ରୋକରେ ୨:୩୧.୫୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ ସେ ୫୦ ମିଟର ବ୍ୟାକଷ୍ଟ୍ରୋକ ଇଭେଂରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ ।

୫୦ ମିଟର ବଟରଫ୍ଲାଏରେ ଓଡିଶାର ସୃଷ୍ଟି ଉପାଧ୍ୟାୟ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୨:୩୧.୫୧ ସେକେଣ୍ଡ ସମୟ ନେଇ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଉଭୟ ପ୍ରତ୍ୟାଶା ଏବଂ ସୃଷ୍ଟି ଓଡିଶା ଜେଏସଡବ୍ଲ୍ୟୁ ସନ୍ତରଣ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି ।

Comments are closed.