Latest Odisha News

ବିବାହ ମଣ୍ଡପରେ ଗୁଳି ଫୁଟାଇଲେ କନ୍ୟା: ଭୟରେ ସବୁ ଛାନିଆ

ଆହ୍ଲାହାବାଦ: ଏବେ କଥା କଥାରେ ଫୁଟୁଛି ଗୁଳି । ଖାସ୍ କରି ବିବାହ ଉତ୍ସବରେ ବନ୍ଧୁକରୁ ଗୁଳି ଫୁଟାଇବା ଏବେ ଏକ ପ୍ରକାର ଆଭିଜାତ୍ୟ ଦେଖାଇବାର ଟ୍ରେଣ୍ଡ ହୋଇଗଲାଣି । ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଲୋକମାନେ ଅଣଦେଖା କରୁଛନ୍ତି । ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ବିବାହ ମଣ୍ଡପରେ କନ୍ୟା ବନ୍ଧୁକରୁ ଗୁଳି ଫୁଟାଉଛି । ଫଳରେ ଉପସ୍ଥିତ ଅତିଥି ସବୁ ଭୟରେ ଛାନିଆ ହୋଇଯାଇଛନ୍ତି ।

ଉତ୍ତରପ୍ରଦେଶର ସାଲେମପୁର ଗାଁର ଏକ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଥିବା ବିବାହ ଉତ୍ସବରେ ଏଭଳି ଦୃଶ୍ୟ ନଜର ଆସିଛି । ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବିବାହ ମଣ୍ଡପରେ ଉଭୟ ବରକନ୍ୟା ମଞ୍ଚ ଉପରେ ବସିଛନ୍ତି । ହଠାତ୍ କନ୍ୟା ଜଣକ ବନ୍ଧୁକ ଉପରକୁ କରି ଗୁଳି ଫୁଟାଇବାକୁ ଲାଗୁଛନ୍ତି । ଏହା ଦେଖି ବର ଓ ଉପସ୍ଥିତ ଅତିଥି ସବୁ ଭୟଭୀତ ହୋଇପଡ଼ିଥିଲେ । ଏହି ଘଟଣା ପରେ ପୋଲିସ ଖବରପାଇ ମଣ୍ଡପରେ ଆସି ପହଞ୍ôଚ ତଦନ୍ତ ଚଳାଇଛି ।

Comments are closed.