Latest Odisha News

ଗାଜର ଖିରି

ଘରେ ପ୍ରସ୍ତୁତ କରନ୍ତୁ ଗାଜର ଖିରି । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ:
ଗାଜର- ୨ଟି
ଘିଅ- ୨ ଚାମଚ
କ୍ଷୀର- ଦେଢ଼ କପ୍‍
କାଜୁ- ୫-୬ଟି
କିସମିସ୍‍- ୮-୧୦ଟି
ଚିନି- ୧ଚାମଚ
ଗୁଜୁରାତି ଗୁଣ୍ଡ- ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗାଜରକୁ ଧୋଇ ଚୋପା ଛଡ଼ାଇ ତାକୁ କୋରି ଦିଅନ୍ତୁ। ତାପରେ କଢ଼ାଇରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଯିବା ପରେ ସେଥିରେ କାଜୁ,କିସମିସ୍‍ ପକାଇ ଭାଜି ଦିଅନ୍ତୁ। ତାପରେ କାଜୁ,କିସମିସ୍‍କୁ ଅନ୍ୟ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ସେହି କଢ଼େଇରେ ଗାଜର ପକାଇ ଅଳ୍ପ ଆଞ୍ଚରେ ୪-୫ମିନିଟ୍‍ ପର୍ଯ୍ୟନ୍ତ ଭାଜନ୍ତୁ। କ୍ଷୀର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ମିଶ୍ରଣରେ ଚିନି ପକାଇ ଅଳ୍ପ ଆଞ୍ଚରେ କିଛି ସମୟ ଗାଢ଼ ହେବା ପର୍ଯ୍ୟନ୍ତ ରଖନ୍ତୁ। ତାପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗାଜର ଖିରି। ଖିରିକୁ ଥଣ୍ଡା ହେବା ପର୍ଯ୍ୟନ୍ତ ବାହାରେ ରଖି ଦିଅନ୍ତୁ। ତାପରେ ସେଥିରେ କାଜୁ,କିସମିସ୍‍ ପକାଇ ସଜାଇ ଦିଅନ୍ତୁ। ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ଖାଆନ୍ତୁ।

Comments are closed.