Latest Odisha News

କବିତା : ଓଡ଼ିଆ ନବବର୍ଷ

ସୁଜାତା ପତି 

ବୈଶାଖ ମାସର ମେଷ ସଂକ୍ରାନ୍ତିରେ
ବର୍ଷର ଆରମ୍ଭ ହୁଏ
ପ୍ରତିପଦାଠାରୁ ଆରମ୍ଭ ହୋଇଣ
ଚୈତ୍ରରେ ଶେଷ ହୁଏ।

ସଂକ୍ରାନ୍ତିରୁ ସୌର ମାସର ଗଣନା
ପୂର୍ଣ୍ଣିମାରୁ ଚନ୍ଦ୍ର ମାସ
ବୈଶାଖ ମାସର ତୁଳନା ନାହିଁ
ଦାନ ଧର୍ମ ପୂଣ୍ୟ ମାସ।

ବିଷୁବ ସଂକ୍ରାନ୍ତି ହିନ୍ଦୁ ନବବର୍ଷ
ନୂତନ ପଞ୍ଜିକା ହୁଏ
ତୁଳସୀ ଗଛ ରେ ବସନ୍ତରା ଠେକି
ପାଣି ଟୋପା ଟୋପା ବୁହେ।

କେଶରୀ ନନ୍ଦନ ଅଞ୍ଜନା ଜୀବନ
ମହାବୀର ହନୁମାନ
ବିଷୁବ ସଂକ୍ରାନ୍ତି ମଙ୍ଗଳ ବାରରେ
ଧରାରେ ନେଲ ଜନ଼ମ।

ଝାମୁ ଯାତ ହୁଏ ସଂକ୍ରାନ୍ତିରେ ପରା
ସିଦ୍ଧ ଦେବୀ ପୀଠଠାରେ
ଘଣ୍ଟ ପାଟୁଆ ତ ଦଣ୍ଡ ନାଚ କରି
ଚାଲନ୍ତି ରଡ଼ ନିଆଁରେ।

ଭାଇଚାରା ଆଣେ ବିଷୁବ ମିଳନ
ହସଇ ଉତ୍କଳ ଭୂଇଁ
ଏହି ଦିନ ଠାରୁ ଜଳଛତ୍ର ହୁଏ
ବାଟୋଇମାନଙ୍କ ପାଇଁ।

ବିଷୁବ ସଂକ୍ରାନ୍ତି ପଣା ସଂକ୍ରାନ୍ତି
ମେଷ ସଂକ୍ରାନ୍ତି କହନ୍ତି
ଏହି ଦିନଠାରୁ ସୂର୍ଯ୍ୟ ତାପ ବଢେ
ସମସ୍ତେ ପଣା ପିଅନ୍ତି।

ଭୁବନେଶ୍ୱର

Comments are closed.