ବେଙ୍ଗାଲୁର: ଅଙ୍କ କଷୁଛନ୍ତି ରାହୁଲ । ବିଜେପି ଅଙ୍କ । ବିଜେପି କର୍ଣ୍ଣାଟକ ଜନତାଙ୍କ ମୂଲ୍ୟ କେତେ ଆକଳନ କରୁଛି ? ବିଜେପି ପସନ୍ଦ ନମ୍ବର କ’ଣ ? ବିଜେପିକୁ କର୍ଣ୍ଣାଟକ ଜନତା କେତେ ଆସନ ଦେଲେ ଦଳ ଖୁସି ହେବ ?..ଏମିତି କିଛି । ନିର୍ବାଚନକୁ ନେଇ କର୍ଣ୍ଣାଟକ ରାଜନୀତି ଏବେ ସରଗରମ। ଦୁଇ ପ୍ରମୁଖ ଦଳ ଏବେ ମୁହାଁମୁହିଁ । କେତବେେଳେ ବିଜେପି ବର୍ଷୁଛି ତ କେତେବେଳେ କଂଗ୍ରେସ ଗର୍ଜୁଛି । ଭୋଟରଙ୍କ ଆଖି ଏବେ ଦୁଇ ବରିଷ୍ଠ ନେତାଙ୍କ ଉପରେ । ଇତିମଧ୍ୟରେ ବିଜେପିର ପ୍ରମୁଖ ନେତା ଜଗଦୀଶ ଶେଟ୍ଟାର ବିଜେପି ଛାଡି କଂଗ୍ରେସ ହାତ ଧରିଛନ୍ତି । ଶେଟ୍ଟାର ଦଳ ଛାଡିବା ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ।
ବିଜେପିର ପସନ୍ଦ ନମ୍ବର ହେଉଛି ୪୦ । ତେଣୁ ଏଥର ନିର୍ବାଚନରେ ୪୦ ସିଟ ତାଙ୍କୁ ଦେଇ ଦିଅନ୍ତୁ । କର୍ଣ୍ଣାଟକର ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି ରାହୁଲ । ଶେଟ୍ଟାରଙ୍କ ଦଳ ଛାଡିବା ନେଇ ରାହୁଲ କହିଛନ୍ତି, କର୍ଣ୍ଣାଟକରେ ବିଜେପିକୁ ଛିଡା କରିଥିଲେ ଶେଟ୍ଟାର । ଆଜି କାହିଁକି ଦଳ ତାଙ୍କୁ ଟିକେଟ ଦେଲାନି ? କାରଣ ସେ ଭ୍ରଷ୍ଟାଚାରରେ ସାମିଲ ହେଲେନି । ସେ ୪୦ ପ୍ରତିଶତ କମିଶନି ନେଲେନି । ବିଜେପିର ଏହି ୪୦ ନମ୍ବର ବହୁତ ପସନ୍ଦ । ତେଣୁ ଏଥର ନିର୍ବାଚନରେ ୪୦ ସିଟ ଦଳକୁ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ ।
आपको पता है जगदीश शेट्टार जी को भाजपा ने टिकट क्यों नहीं दिया?
क्योंकि उन्होंने 40% कमीशन नहीं खाया, और अगर भ्रष्टाचार नहीं किया तो भाजपा टिकट नहीं देती।
भाजपा को ये 40 नंबर बहुत पसंद है, और कर्नाटक की जनता इस बार उन्हें 40 सीट ही देगी। pic.twitter.com/qS3qw8oAs7
— Rahul Gandhi (@RahulGandhi) April 24, 2023
କର୍ଣ୍ଣାଟକର ହଙ୍ଗଲରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ରାହୁଲ କହିଥିଲେ, ବିଜେପି ବିଧାୟକଙ୍କ କହିବା ଅନୁଯାୟୀ, ୨,୫୦୦ କୋଟି ଟଙ୍କାରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ କିଣାଯାଇ ପାରେ । ଏହାର ଅର୍ଥ କର୍ଣ୍ଣାଟକ ଜନତାଙ୍କ ଭବିଷ୍ୟତର ମୂଲ୍ୟ ବିଜେପି ଆକଳନ ଅନୁସାରେ ୨,୫୦୦ କୋଟି । ଏହି ଦଳକୁ କମିଶନି ବହୁତ ପସନ୍ଦ ବୋଲି କହି ବିଜେପିକୁ କଡା ସମାଲୋଚନ କରିଥିଲେ ରାହୁଲ ।
BJP का विधायक कहता है- 2,500 करोड़ रुपए में BJP का मुख्यमंत्री पद खरीदा जा सकता है।
मतलब आपके भविष्य की कीमत BJP के मुताबिक 2,500 करोड़ रुपए है।
इन्हें कमीशन लेना अच्छा लगता है।
: कर्नाटक के हंगल में @RahulGandhi जी pic.twitter.com/jf2sTAetZl
— Bihar Youth Congress (@IYCBihar) April 24, 2023
Comments are closed.