Latest Odisha News

BREAKING NEWS

ବଲିଉଡର ୬ଟି ଟପ୍ ଦେବରାଣୀ- ଜେଠାଣୀ ଯୋଡି

ମୁମ୍ବାଇ: ଖୋଜିବାକୁ ଗଲେ ଏମିତିତ ବଲିଉଡରେ ଆପଣଙ୍କୁ ସବୁ ସମ୍ପର୍କର ଯୋଡି ମିଳିଯିବ । ମା-ଝିଅ, ଭାଇ-ଭଉଣୀ, ଶାଶୁ- ବୋହୁ, ନଣନ୍ଦ-ଭାଉଜ, ଦେବରାଣୀ-ଜେଠାଣୀ ଭଳି ଅନେକ ରିୟଲ ଲାଇଫ ଯୋଡି ମିଳିଯିବ।

ଆଜି ଜାଣନ୍ତୁ ବଲିଉଡର ଟପ ୬ ଟି ସୁନ୍ଦର ଦେବରାଣୀ-ଜେଠାଣି ଯୋଡି କିଏ…

୬. ଶ୍ରୀଦେବୀ ଓ ମହିପ କପୁର- ଦିଭା ଶ୍ରୀଦେବୀଙ୍କ ଦିଅର ସଞ୍ଜୟ କପୁରଙ୍କ ପତ୍ନୀ ହେଉଛନ୍ତି ମହିପ କପୁର ।

୫. ରାଣୀ ମୁଖାର୍ଜୀ ଓ ନର୍ଗିସ ଫକରି – ଆଦିତ୍ୟ ଚୋପ୍ରାଙ୍କୁ ରାଣୀ ବିବାହ କରିଥିବାରୁ ଉଦୟ ଚୋପ୍ରା ସମ୍ପର୍କରେ ରାଣୀଙ୍କ ଦିଅର ହେବେ । ନାର୍ଗିସ ଓ ଉଦୟ ଗୋଟିଏ ସମୟରେ ପରସ୍ପରକୁ ଡେଟ କରୁଥିଲେ । ତେଣୁ ରାଣୀ ମୁଖାର୍ଜୀ ଓ ନର୍ଗିସଙ୍କୁ ବଲିଉଡର ସୁନ୍ଦରୀ ଦେବରାଣୀ-ଜେଠାଣୀ ଯୋଡି ମଧ୍ୟରେ ଗଣା ଯାଉଥିଲା ।

୪.ମଲାଇକା ଆରୋରା ଓ ସୀମା ସଚ୍ଚଦେବ ଖାନ – ଜେଠାଣୀ ମଲାଇକା ବଡ଼ଭାଇ ଆରବାଜଙ୍କ ପତ୍ନୀ ହୋଇଥିବା ବେଳେ ସାନ ଭାଇ ସୋହେଲ ଖାନଙ୍କ ପତ୍ନୀ ହେଉଛନ୍ତି ଦେବରାଣୀ ସୀମା ସଚ୍ଚଦେବ।

୩. ବିଦ୍ୟା ବାଲାନ ଓ ଶ୍ରଦ୍ଧା କପୁର – ବିଦ୍ୟା ବାଲାନଙ୍କ ଦିଅର ହେଉଛନ୍ତି ଆଦିତ୍ୟ ରାୟ କପୁର । ୨୦୦୮ ମସିହାରେ ଶ୍ରଦ୍ଧା ଆଦିତ୍ୟଙ୍କୁ ଡେଟ କରୁଥିଲେ । ସେଇ ହିସାବରେ ବିଦ୍ୟା ବାଲାନ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏହି ସୁନ୍ଦରୀ ଦେବରାଣୀ-ଜେଠାଣୀ ଯୋଡି ମଧ୍ୟରେ ଗଣା ଯାଉଥିଲା ।

୨.ଶ୍ରୀଦେବୀ ଓ ସୁନିତା କପୁର – ଜେଠାଣୀ ଶ୍ରୀଦେବୀଙ୍କ ଦିଅର ଅନୀଲ କପୁରଙ୍କ ପତ୍ନୀ ହେଉଛନ୍ତି ଦେବରଣୀ ସୁନିତା କପୁର ।

୧.ପୂଜା ଦେୱଲ ଓ ତାନ୍ୟା ଦେୱଲ- ଜେଠାଣୀ ପୂଜା ବଡ଼ଭାଇ ସନୀ ଦେୱଲଙ୍କ ପତ୍ନୀ ହୋଇଥିବା ବେଳେ, ସାନ ଭାଇ ବବି ଦେୱଲଙ୍କ ପତ୍ନୀ ହେଉଛନ୍ତି ଦେବରାଣୀ ତାନ୍ୟା ଦେୱଲ ।

Leave A Reply

Your email address will not be published.