Latest Odisha News

BREAKING NEWS

ବିଜେପି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ରାଲି ଜାରି ରହିଥିବା ବେଳେ ବିଜେପି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେଲା କଂଗ୍ରେସ। ହିଂସା ଉଦ୍ରେକାରୀ ଭାଷଣ ଦେବା ସହ କଂଗ୍ରେସର ଛବି ମଳିନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଦଳ ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ ଥାନାରେ ଏଫ୍‌ଆଇଆର୍ ଦେଇଛି।

କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯେୱାଲା,  ଡ. ପରମେଶ୍ୱର ଓ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଅମିତ ଶାହ ଓ ବିଜେପି ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଆଇନ ଅନୁସାରେ ଅମିତ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଡି.କେ ଶିବକୁମାର କହିଛନ୍ତି। ସେ କହିଛନ୍ତି ଯେ ସାଧାରଣ ଲୋକଟେ ଏପରି କରିଥିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସାରନ୍ତାଣି। ଗୃହମନ୍ତ୍ରୀ ଅମିତ ଶାହ ଏମିତି କେବେ କହିପାରିବେନି ଯେ କଂଗ୍ରେସ ସରକାରକୁ ଆସିଲେ ସାମ୍ପ୍ରଦାୟିକ ଦଙ୍ଗା ହେବ। ସେ ଭାରତର ସରକାରଙ୍କ ଗୃହମନ୍ତ୍ରୀ ବିଜେପିର ଷ୍ଟାର ପ୍ରଚାରକ ନୁହଁନ୍ତି ବୋଲି ଶିବକୁମାର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମୋ ନାଁରେ ବିନା କାରଣରେ ୨୦ରୁ ଅଧିକ ମାମଲା ରକିଛନ୍ତି। ଶାହଙ୍କ ଏଭଳି ବୟାନ ନେଇ ଆମେ ନିର୍ବାଚନ କମିଶନଙ୍କ  ପାଖରେ ଅବିଯୋଗ କରିବା ପରେ ଥାନାରେ ଅଭିଯୋଗ କଲୁ ବୋଲି ଶିବକୁମାର ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ସୂର୍ଯେୱାଲା କହିଛନ୍ତି ଯେ ଡିକେ ଶିବକୁମାର ଓ ସିଦ୍ଧରମୟା ମଧ୍ୟ ପିଏଫ୍‌ଆଇକୁ ବ୍ୟାନ୍ କରିବାକୁ ଦାବି କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ବିଜେପି ନିର୍ବାଚନରେ ୪୦ ଆସନ ହରାଇବା ପରେ ସେମାନେ ବ୍ୟାକୁଳ ହୋଇ ଉଠିଥିଲେ। କିନ୍ତୁ ବର୍ତ୍ତମାନ ସେ ମିଛ କହି କଂଗ୍ରେସ ଉପରେ ଦୋଷ ଲଦୁଛନ୍ତି। ଆମେ ଥାନାକୁ ଆସି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ବିରୋଧରେ ମାମଲା କରିଛୁ ବୋଲି ସୂର୍ଯେୱାଲା କହିଛନ୍ତି। ଆଇପିସି ଧାରା ୧୫୩ଏ, ୧୭୪ଜି, ୫୦୫(୨), ୧୨୩ରେ ମାମଲା ରୁଜୁ କରାଯାଇଛି ବୋଲି ସୂର୍ଯେୱାଲା କହିଛନ୍ତି।

Comments are closed.